ମେଣ୍ଢାଶାଳ ସିଏଚ୍‌ସିରେ ୨ ଡାକ୍ତର ପଜିଟିଭ୍‌

Advertisment

ବାଲିଅନ୍ତାରେ ୧୬୨ଜଣ ଗୃହ ସଂଗରୋଧରେ

ବାଲିଅନ୍ତାରେ ୧୬୨ଜଣ ଗୃହ ସଂଗରୋଧରେ

ମେଣ୍ଢାଶାଳ ସିଏଚ୍‌ସିରେ ୨ ଡାକ୍ତର ପଜିଟିଭ୍‌

amrita.edu

ମେଣ୍ଢାଶାଳ : କାର୍ଯ୍ୟରତ ଦୁଇ ଡାକ୍ତର ଓ ଅନ୍ୟ ଦୁଇ କର୍ମଚାରୀ କୋଭିଡ୍‌ ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଆଜି ଦିନକ ପାଇଁ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଓପିଡି ସେବାକୁ ବନ୍ଦ ରଖାଯାଇଥିଲା। କିନ୍ତୁ ଜରୁରୀ ସେବା ଓ କୋଭିଡ୍‌ ପରୀକ୍ଷା ଜାରି ରହିଥିଲା ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୋହନ ହେମ୍ବ୍ରମ କହିଛନ୍ତି। ସମଗ୍ର ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ଆଜି ସାନିଟାଇଜ୍ କରାଯାଇଛି ଓ ଆସନ୍ତାକାଲିଠାରୁ ଏଠାରେ ଓପିଡି ସେବ‌ା ପୂର୍ବବତ୍ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୨୦ ସବ୍‌ସେଣ୍ଟର ଅଞ୍ଚଳରୁ ଆଜି ସୁଦ୍ଧା ୪୮୮ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି।

ବାଲିଅନ୍ତାରେ ୧୬୨ଜଣ ଗୃହ ସଂଗରୋଧରେ
ବାଲିଅନ୍ତା : ବାଲିଅନ୍ତା ବ୍ଲକ୍‌ରେ ୧୬୨ଜଣ ପଜିଟିଭ୍‌ ଏବେ ଗୃହସଂଗରୋଧରେ ଚିକିତ୍ସାଧୀନ ଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ କୁମାର ତ୍ରିପାଠୀ ଜଣାଇଛନ୍ତି। ନିୟମିତ ଭାବେ ସେମାନଙ୍କ ନିକଟକୁ ସ୍ବାସ୍ଥ୍ୟକର୍ମୀ ଔଷଧ ପୁଡ଼ିଆ ପହଞ୍ଚାଉଥିବା ସେ ସୂଚନା ଦେଇଛନ୍ତି। ସଂପୃକ୍ତ ପରିବାରଲୋକଙ୍କ ଘରକୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଏବଂ ରାସନ୍‌ ପହଞ୍ଚାଇବା ଦିଗରେ ଜନପ୍ରତିନିଧି ତଥା ନୋଡାଲ ଅଧିକାରୀ ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡ଼ିଛି। ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତାଲିକା ମୁତାବକ, ମୋଟ ୩୮୨ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୦୦ରୁ ଅଧିକ ସୁସ୍ଥ ହୋଇସାରିଲେଣି। ୧୫ଜଣ ଗୁରୁତର ଅସୁସ୍ଥ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବାକି ୭ପଜିଟିଭ୍‌ ଜଗନ୍ନାଥପୁର ଟିଏମ୍‌ସିରେ ଚିକିତ୍ସିତ ହେଉଛନ୍ତି। ଶେଷ ଖବର ଅନୁସାରେ, ଆଜି ଅତିରିକ୍ତ ଆଉ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଳକାଟି ଅଞ୍ଚଳର ଜଣେ ବାହାର ଲୋକ ଅନୁରୂପ ଭାବେ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe