ଡକାୟତି ଉଦ୍ୟମ ପଣ୍ଡ, ଛୁରି, ରଡ୍‌ ଜବତ; ୨ ଗିରଫ

Advertisment
ଡକାୟତି ଉଦ୍ୟମ ପଣ୍ଡ, ଛୁରି, ରଡ୍‌ ଜବତ; ୨ ଗିରଫ

ପୁରୁଣା ଭୁବନେଶ୍ବର : ରାଜଧାନୀରେ ଡକାୟତି ପାଇଁ ଯୋଜନା କରୁଥିବା ୨ ପୁରୁଣା ଦାଗୀଙ୍କୁ ଶୁକ୍ରବାର ଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ମଞ୍ଚେଶ୍ବର ଭରତ ପେଟ୍ରୋଲ ପମ୍ପ ପଛରେ ରହୁଥିବା ସତ୍ୟଜିତ ପାତ୍ର(୨୩) ଓ ଶ୍ରୀଲିଙ୍ଗରାଜ ଥାନା ନାଗେଶ୍ବରଟାଙ୍ଗୀ ସିଂହ କଲୋନିର ସୁଶାନ୍ତ ବେହେରା(୨୧)। ପୁଲିସ ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ସାଢ଼େ ୨ଟାରେ ଅଭିଯୁକ୍ତଦ୍ବୟ ଗଙ୍ଗୁଆ କେନାଲ କଡ଼ରେ ବସି ଡକାୟତି ପାଇଁ ଯୋଜନା କରୁଥିଲେ। ଖବର ପାଇ ପୁଲିସ୍‌ ସେମାନଙ୍କୁ ଘଟଣାସ୍ଥଳରୁ ମାଡ଼ି ବସିଥିଲା। ସେମାନଙ୍କ ନିକଟରୁ ଗୋଟିଏ ଲୁହାରଡ୍‌, ଗୋଟିଏ ଛୁରି, ୧୧ଟି ମୋବାଇଲ ଓ ଗୋଟିଏ ବାଇକ୍‌ ଜବତ ହୋଇଛି। ପୁଲିସ୍ ଆଜି ଉଭୟଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe