ମହଙ୍ଗା ପଡ଼ିଲା ବଟି ପାଇଁ ବ୍ଲାକ୍‌ମେଲ୍‌, ଛେଚା ଖାଇଲେ ୨ ନକଲି ସାମ୍ବାଦିକ

Advertisment
ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ଚନ୍ଦ୍ରଶେଖରପୁର : ଜଣେ ଠିକାଦାରଙ୍କଠାରୁ ବଟି ଆଦାୟ କରିବାକୁ ବ୍ଲାକ୍‌ମେଲ୍‌ କରିବା ଦୁଇ ନକଲି ସାମ୍ବାଦିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସ୍ଥାନୀୟ ଲୋକେ ଦୁଇ ନକଲି ସାମ୍ବାଦିକଙ୍କୁ ବହେ ଛେଚିବା ସହ ପୁଲିସ ଜିମା ଦେଇଛନ୍ତି। ଅଟୋଚାଳକ ଭାବେ କାମ କରୁଥିବା ଏହି ଦୁଇଜଣଙ୍କୁ ପୁଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ଘଟଣାଟି ଆଜି ମଞ୍ଚେଶ୍ବର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଏହି ଦୁଇ ଯୁବକ ଏକ ରାସ୍ତା କାମର ଫଟୋ ଉଠାଇଥିଲେ। କାମ ନିମ୍ନମା‌ନର ହେଉଛି ବୋଲି କହି ସେମାନେ ଠିକାଦାରଙ୍କୁ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଥିଲେ। କିଛି ଟଙ୍କା ଦେଲେ, ସେମାନେ ଚୁପ୍‌ ରହିବେ ବୋଲି କହିଥିଲେ। କିନ୍ତୁ ଠିକାଦାର ସେମାନଙ୍କୁ ଡରି ନଯାଇ ସ୍ଥା‌ନୀୟ ମୁରବିମାନଙ୍କୁ ଡକାଇଥିଲେ। ସ୍ଥାନୀୟ କିଛି ଯୁବକ ସେଠାରେ ପହଞ୍ଚିବା ଦେଖି ଠକ ଦ୍ବୟ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥି‌ଲେ। କିନ୍ତୁ ଯୁବକମାନେ ସେମାନଙ୍କୁ କାବୁ କରି ବହେ ଛେଚିବା ସହ ମଞ୍ଚେଶ୍ବର ଥାନା ପୁଲିସ ଜିମା ଦେଇଥିଲେ। ପରେ ଜଣାପଡ଼ିଥିଲା ସେ ଯୁବକଦ୍ବୟ ଅଟୋଚାଳକ ଓ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଲୋକଙ୍କୁ ଭୁଆଁ ବୁଲାଉଥିଲେ। ଥାନାରେ ବିଭିନ୍ନ ମାମଲାର ସମାଧାନ କରାଇବାକୁ କହି ମୁଦେଇ ଓ ମୁଦଲାଙ୍କଠାରୁ ଚାନ୍ଦା ଆଦାୟ କରୁଥିଲେ। ଏଥିରେ କିଛି ପୁଲିସ କର୍ମଚାରୀ ସେମାନଙ୍କୁ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe