୨ ନକଲି ଫାର୍ମାସିଷ୍ଟ କୋର୍ଟ ଚାଲାଣ

ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ୨ ଅଟକ

Telegraph India

ଭୁବନେଶ୍ବର : ଫାର୍ମା ଲାଇସେନ୍ସ ସାର୍ଟିଫିକେଟ୍‌ ନେବା ପାଇଁ ଜାଲ୍‌ ପ୍ରମାଣପତ୍ର ଦେଇ ଓଡ଼ିଶା ଫାର୍ମାସୀ କାଉନ୍‌ସିଲ୍‌କୁ ଭୂଆଁବୁଲାଇବାକୁ ବସିଥିବା ଦୁଇ ନକଲି ଫାର୍ମାସିଷ୍ଟଙ୍କୁ ସହିଦନଗର ଥାନା ପୁଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜଗତସିଂହପୁର ଜିଲ୍ଲା ନୂଆଗାଁ ଅଞ୍ଚଳର ଅଶୋକ କୁମାର ଆଚାର୍ଯ୍ୟ(୩୪) ଓ କୁଜଙ୍ଗ ଅଞ୍ଚଳର ପ୍ରଭାସ ରଂଜନ ଦାସ ଓରଫ ତାପସ(୩୮)।

ପୁଲିସ ସୂଚନା ମୁତାବକ ଫାର୍ମାସୀ ସାର୍ଟିଫିକେଟ୍‌ ରେଜିଷ୍ଟ୍ରେସନ୍‌ ପାଇଁ ଅଶୋକ ଓ ତାପସ ଗଜପତିନଗରରେ ଥିବା ଓଡ଼ିଶା ଫାର୍ମାସୀ କାଉନ୍‌ସିଲ୍‌ କାର୍ଯ୍ୟାଳୟକୁ ଆସିଥିଲେ। ସେମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ସେଥିରେ କିଛି ତ୍ରୁଟି ଥିବା ଦେଖି ଅଧ୍ୟକ୍ଷା ସୁନିତାରାଣୀ ପାତ୍ର ତୁରନ୍ତ ବୋର୍ଡ ସହ ଯୋଗାଯୋଗ କରି ଦୁଇଜଣଙ୍କ ସାର୍ଟିଫିକେଟ୍ ଯାଞ୍ଚ କରାଇଥିଲେ। ଦୁଇଟିଯାକ ସାର୍ଟିଫିକେଟ୍‌‌ ନକଲି ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏନେଇ କାଉନ୍‌ସିଲ୍‌ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସହିଦନଗର ଥାନା ପୁଲିସ ଉଭୟଙ୍କୁ ଗିରଫ କରିବା ସହ ଜାଲ୍‌ ସାର୍ଟିଫିକେଟ୍‌ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe