ଭୁବନେଶ୍ବର : ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରୁ ୨ ଅନ୍ତଃରାଜ୍ୟ ମହିଳା ନିଶା ବେପାରୀଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ। ସେମାନେ ହେଲେ ବିହାରର ରମ୍ଭା ଦେବୀ ଓ ବେବି ଦେବୀ। ପୁଲିସ ସେମାନଙ୍କ ଠାରୁ ୨୮.୩କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି। ଖବର ଅନୁଯାୟୀ, ଆଜି ସକାଳେ ୨ଜଣ ମହିଳା ଏକ ବଡ଼ ଜରି ଅଖା ଧରି ବସ୍ଷ୍ଟାଣ୍ଡ ନିକଟରେ ଛିଡ଼ା ହୋଇଥିଲେ। ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କର ସନ୍ଦେହ ହେବାରୁ ସେମାନେ ବସଷ୍ଟାଣ୍ଡ୍ ଫାଣ୍ଡି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ଫାଣ୍ଡି ପୁଲିସ ସନ୍ଦିଗ୍ଧ ମହିଳାଙ୍କୁ ଥାନାକୁ ନେଇ ଯାଞ୍ଚ କରିଥିଲା। ପରେ ସେମାନଙ୍କ ନିକଟରୁ ଗଞ୍ଜେଇ ଜବତ ହୋଇଥିଲା।
୨ ମହିଳା ନିଶା ବେପାରୀ ଗିରଫ, ୨୮କେଜି ଗଞ୍ଜେଇ ଜବତ
Advertisment
Follow Us