ବୋଲେରୋ ଲୁଟି ପାରିଲେନି, ଛେଚା ଖାଇଲେ

Advertisment

କୁଖ୍ୟାତ୍‌ ଗ୍ୟାଙ୍ଗ୍‌ର ୨ ଅଟକ, ଜଣେ ଖସିଗଲା

କୁଖ୍ୟାତ୍‌ ଗ୍ୟାଙ୍ଗ୍‌ର ୨ ଅଟକ, ଜଣେ ଖସିଗଲା

ସୁନା ଦୋକାନରୁ ୭ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍‌

New Indian Express

ଭୁବନେଶ୍ବର: ଆସିଥିଲେ ବୋଲେରୋ ଲୁଟିବାକୁ। ଡୋର୍‌ କାଚ ଭାଙ୍ଗି ଗାଡ଼ି ଭିତରେ ପଶି ଯାଇଥିଲେ। ଆଉ ମାତ୍ର କେଇ ସେକେଣ୍ଡରେ ଗାଡ଼ି ନେଇ ପାର୍ ହୋଇ ଯାଇଥାନ୍ତେ। କିନ୍ତୁ ବୋଲେରୋ ଚାଳକଙ୍କ ନିଦ ଭାଙ୍ଗି ଯିବାରୁ ଚୋରି ଉଦ୍ୟମ ବିଫଳ ହେଲା ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ବସିଥିବାବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ି ୨ଜଣ ବହେ ଛେଚା ଖାଇଲେ। ଅନ୍ୟ ଜଣେ ଖସି ଯିବାରେ ସକ୍ଷମ ହୋଇଛି। ଖଣ୍ଡଗିରି ଥାନା ପୁଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ସୂଚନାନୁଯାୟୀ ଆଜି ଭୋର୍ ପ୍ରାୟ ୪ଟା ବେଳେ ୩ ଜଣ ଦୁର୍ବୃତ୍ତ ଏକ ଆପାଚି ବାଇକ୍‌ରେ ବରମୁଣ୍ଡା ଜଗନ୍ନାଥ ବିହାରରେ ପହଞ୍ଚିଥି‌ଲେ। ପୂର୍ବରୁ ଠାବ କରିଥିବା ଜଣେ ବ୍ୟକ୍ତିଙ୍କ ବୋଲେରୋ ଚୋରି କରିବାକୁ ସେମାନେ ଉଦ୍ୟମ କରିଥିଲେ। ସେମାନେ ଚୋରି ଉଦ୍ୟମ କରୁଥିବା ବେଳେ ଆଉଟ୍‌ ହାଉସ୍‌ରେ ଶୋଇଥିବା ଡ୍ରାଇଭରଙ୍କ ନିଦ ଭାଙ୍ଗିଯାଇଥିଲା। ତାଙ୍କ ପାଟି ଶୁଣି ଗାଡ଼ି ମାଲିକ ଘର ଭିତରୁ ବାହାରି ଆସିଥିଲେ। ଦୁର୍ବୃତ୍ତମାନେ ଆପାଚି ଯୋଗେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। କିନ୍ତୁ ବୋଲେରୋ ମାଲିକ ଓ ସ୍ଥାନୀୟ ଯୁବକମାନେ ବାଇକ୍‌ ଧରି ସେମାନଙ୍କୁ ପିଛା କରିଥିଲେ। ୩ ଜଣଯାକ ଦୁର୍ବୃତ୍ତ ମୁଣ୍ଡାଛକ ଦେଇ ରେଣ୍ଟାଲ୍ କଲୋନି ଭିତରକୁ ପଶି ଯାଇଥିଲେ। ରେଣ୍ଟାଲ୍‌ଛକସ୍ଥିତ ଲକ୍ଷ୍ମୀମନ୍ଦିର ନିକଟରେ ଉକ୍ତ ଆପାଚି ହଠାତ୍ ଖରାପ ହୋଇ ଯାଇଥିଲା। ତେଣୁ ବିକଳରେ ଦୁର୍ବୃତ୍ତମାନେ ସେଠାରେ ବାଇକ୍‌ ଛାଡ଼ି ଦୌଡ଼ିବାକୁ ଲାଗିଲେ। ମାତ୍ର ଜଣେ ଦୁର୍ବୃତ୍ତ ଧରାପଡ଼ି ଯାଇଥିଲା। ଏହା ପରେ ଲୋକମାନେ ଅନ୍ୟ ଦୁଇ ଜଣଙ୍କୁ ଖୋଜିଥିଲେ। ସେତିକିବେଳେ ଜଣେ ବଡ଼ ଚତୁରତାର ସହ ରାସ୍ତା କଡ଼ରେ ଫୁଲ ‌ତୋଳିବା ବାହାନା କରି ଖସିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ସେ ଯୁବକମାନେ ତାକୁ ଚୋର ବୋଲି ଜାଣିପାରି ଧରିଥିଲେ। ତେବେ ତୃତୀୟ ଜଣକର ପତ୍ତା ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe