କରୋନା କଟକଣା ମାନୁ ନ ଥିବା ଅଭିଯୋଗରେ ଦୁଇ ହୋଟେଲ ସିଲ୍‌

Advertisment
କରୋନା କଟକଣା ମାନୁ ନ ଥିବା ଅଭିଯୋଗରେ ଦୁଇ ହୋଟେଲ ସିଲ୍‌

SPLENDID RESEARCHERS - WordPress.com

ଭୁବନେଶ୍ବର: କରୋନା କଟକଣା ମାନୁ ନ ଥିବା ଅଭିଯୋଗରେ ଭୁବନେଶ୍ବରର ଦୁଇଟି ହୋଟେଲକୁ ୭ ଦିନ ପାଇଁ ସିଲ୍‌ କରାଯାଇଛି। ଏଥିସହ ଉଭୟ ହୋଟେଲକୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଏକ ଟିମ୍‌ ଆଜି ଅପରାହ୍‌ଣ ପ୍ରାୟ ୧ଟା ବେଳେ ଖାରବେଳ ନଗରଠାରେ ଥିବା ଉକ୍ତ ଦୁଇଟି ହୋଟେଲ ଉପରେ ଚଢ଼ଉ କରିଥିଲେ। ବିଡିଏ ଅଫିସ୍‌ ପଛପାର୍ଶ୍ବରେ ଥିବା ସମ୍ପୃକ୍ତ ଦୁଇ ହୋଟେଲ ଗ୍ରାହକଙ୍କୁ ଖାଇବାକୁ ଦେଉଥିଲେ। ଏହା ଜାଣି ବିଏମ୍‌ସି ଦକ୍ଷିଣ ପୂର୍ବ କାର୍ଯ୍ୟାଳୟ ପକ୍ଷରୁ ଚଢ଼ଉ କରାଯାଇଥିଲା। ସେଠାରେ ଥିବା ଗ୍ରାହକଙ୍କୁ କରୋନା ସମ୍ପର୍କରେ ବୁଝାଯିବା ସହ ହୋଟେଲଗୁଡ଼ିକୁ କୋଭିଡ୍‌-୧୯ ନିୟମାବଳି ସମ୍ପର୍କରେ ଅବଗତ କରାଯାଇଥିଲା। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe