ଟ୍ରକକୁ ପିଟିଲା ଟାଟା ଏସ୍‌, ମହିଳାଙ୍କ ସମେତ ୨ଆହତ

Advertisment
ଅଜଣା ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

Amarujala

ଭୁବନେଶ୍ବର : ମଞ୍ଚେଶ୍ବର ଶିଳ୍ପାଞ୍ଚଳ ନିକଟରେ ଗୋଟିଏ ଟାଟା ଏସ୍‌ ଟ୍ରକକୁ ଧକ୍କା ଦେବାରୁ ଜଣେ ମହିଳାଙ୍କ ସମେତ ୨ଜଣ ଆହତ ହୋଇଛନ୍ତି। ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିବା ବେଳେ ଚାଳକକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛି।

ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ୮ଟା ସମୟରେ ମଞ୍ଚେଶ୍ବର ଧର୍ମକଣ୍ଟା ନିକଟରେ ଟାଟା ଏସ୍‌ ଚାଳକ ଜଣକ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ସେହି ସମୟରେ ନିକଟରେ ଥିବା ଏକ ଘରୋଇ ସଂସ୍ଥାରୁ କାମସାରି ଘରକୁ ଫେରୁଥିବା ମହିଳାଙ୍କ ଉପରେ ଟ୍ରକ ମାଡ଼ିଯାଇଥିଲା। ଦୁର୍ଘଟଣା ଦେଖି ଆଖପାଖର ଲୋକ ଧାଇଁ ଆସି ଆହତଦ୍ବୟଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପଟେ ଦୁର୍ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ମଞ୍ଚେଶ୍ବର ଥାନା ପୁଲିସ ଲୋକଙ୍କୁ ବୁଝାସୁଝା ସହ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ ପଠାଇବା ପରେ ସ୍ଥିତି ସ୍ବଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe