ଗୁଡ଼ିଆ ପୋଖରୀ ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ, ୨ ଆହତ

Advertisment
ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ

patrika.com

ବାଲିଅନ୍ତା : କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଗୁଡ଼ିଆ ପୋଖରୀ ପେଟ୍ରୋଲ ପମ୍ପ ନିକଟରେ ପେଟ୍ରୋଲ ପକାଇବାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଛି। ଏହି ଗଣ୍ଡଗୋଳରେ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ସୁରକ୍ଷାକର୍ମୀ ସ୍ଥାନୀୟ ଶିଉଳା ଗ୍ରାମର ନରେନ୍ଦ୍ର ଖୁଣ୍ଟିଆ(୬୦) ଏବଂ ପେଟ୍ରୋଲ ପମ୍ପ କର୍ମଚାରୀ ହଳଦୀ ବସନ୍ତ ଗ୍ରାମର ବାଦଲ ପ୍ରଧାନ(୨୩) ଆହତ ହୋଇଛନ୍ତି। ‌ଖବର ପାଇ ପେଟ୍ରୋଲ ପମ୍ପ ମାଲିକ ପହଞ୍ଚି ଉଭୟ ନରେନ୍ଦ୍ର ଏବଂ ବାଦଲଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ପିପିଲି ହସ୍ପିଟାଲକୁ ପଠାଇଥିଲେ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ କାରରେ ୪ ଜଣ ଯୁବକ ଉତ୍ତରା ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଆସିଥିଲେ। ପେଟ୍ରୋଲ ପକାଇବା ପରେ ଟଙ୍କା ଦେଇନଥିଲେ। ପେଟ୍ରୋଲ ପମ୍ପ କର୍ମଚାରୀ ବାଦଲ ଟଙ୍କା ମାଗିବାରୁ ତାଙ୍କୁ ମାର୍‌ପିଟ କରିଥିଲେ। ସେଠାରେ କାର୍ଯ୍ୟରତ ସୁରକ୍ଷା କର୍ମୀ ନରେନ୍ଦ୍ର ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଜଣାଯାଇଛି। ନରେନ୍ଦ୍ରଙ୍କ ହାତ ଭାଙ୍ଗି ଯାଇଥିଲା। ଖବର ପାଇ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁଲିସ ଗଣ୍ଡଗୋଳକାରୀ ଯୁବକମାନଙ୍କୁ ପିପିଲି ଥାନାକୁ ନେଇଥିଲା। ପିପିଲି ଥାନାରେ ଅଭିଯୁକ୍ତ ଯୁବକମାନଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଶେ‌ଷ ଖବର ମୁତାବକ ଏନେଇ ଥାନାରେ ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe