ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୨ ଆହତ

Advertisment
ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ବାଲିଅନ୍ତା : ପାହାଳ ଫାଣ୍ଡି ଅଧୀନ ରୁଦ୍ରପୁର ମୌଜା ଭାରତ ଭିଲ୍ଲା ଅଞ୍ଚଳରେ ଗତକାଲି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଉଭୟ ପରିବାର ପରସ୍ପରକୁ ଲୁହା ରଡ୍‌ ଓ ଠେଙ୍ଗାରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଦୁଇଜଣ ଗୁରୁତର ହୋଇଥିଲେ। ସେମାନେ ହେଲେ ଗୋଟିଏ ପରିବାରର ସ୍ମୃତି ବାରିକ (୩୫) ଏବଂ ଅନ୍ୟପକ୍ଷର ସରୋଜ ଜେନା(୪୦)। ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ପୃଥକ୍‌ ପୃଥକ୍‌ ମାମଲା ରୁଜୁ ହୋଇଛି। ତେବେ ଏହି ମାମଲାକୁ ୨୪ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ପକ୍ଷର ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ଜଣାପଡ଼ିଛି।

ଥାନା ଅଧିକାରୀଙ୍କ ସୂଚନା ଅନୁସାରେ କିଛି ଦିନ ତଳେ ଘର ନିକଟରେ ସ୍ବେରେଜ ଟାଙ୍କି ନିର୍ମାଣକୁ କେନ୍ଦ୍ର କରି ଉଭୟ ପକ୍ଷଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା ଏବଂ ପାହାଳ ଥାନାରେ ମାମଲା ଫଇସଲା ହୋଇଥିଲା। ଗତକାଲି ଅପରାହ୍‌ଣରେ ସ୍ମୃତି ସରୋଜଙ୍କ ଜାଗା ଦେଇ ବିଦ୍ୟୁତ୍‌ ତାର ଟାଣୁଥିଲେ। ଘର ଆଗରେ ବିଦ୍ୟୁତ ନେବାକୁ ସରୋଜ ବିରୋଧ କରିଥିଲେ। ଏନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe