ଟ୍ରକ୍‌ ଓ ବାଇକ୍‌ ମୁହାଁମୁହିଁ; ଦୁଇ ଗୁରୁତର

Advertisment
ଟ୍ରକ୍‌ ଓ ବାଇକ୍‌ ମୁହାଁମୁହିଁ; ଦୁଇ ଗୁରୁତର

ମେଣ୍ଢାଶାଳ : ଆଜି ସନ୍ଧ୍ୟା ସମୟରେ ଚନ୍ଦକାଥାନା ଜାମୁଝରୀ ମୁକ୍ତାକାଶ କାରାଶ୍ରମ ଛକ ନିକଟରେ ଏକ ୪୦୭ ଟ୍ରକ ଓ ବାଇକ୍‌ ଧକ୍କା ହୋଇଛନ୍ତି। ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇ ମେଣ୍ଢାଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଛନ୍ତି। ଖୋର୍ଦ୍ଧା ପିତାପଲ୍ଲୀ ଆଡ଼ୁ ଡେରାସ ସିଫୁଡ୍‌ ପାର୍କକୁ ଯାଉଥିବା ୪୦୭ ଟ୍ରକ(ଏଏସ୍‌ ୦୧୬୪୯୯୬) ବିପରୀତ ଦିଗରୁ ଆସୁଥିବା ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ବାଇକ୍‌ରେ ବସିଥିବା ଦୁଇ ବ୍ୟକ୍ତି ଗୁରୁତର ଆହତ ହୋଇଥିବାବେଳେ ଡ୍ରାଇଭର ଟ୍ରକ୍‌କୁ ସିଫୁଡ୍‌ ପାର୍କ ଭିତରେ ରଖି ଫେରାର ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe