କୋର୍ଟରେ ପୁଲିସକୁ ଆକ୍ରମଣ ଘଟଣାରେ ୨ ଆଇନଜୀବୀ ଗିରଫ

Advertisment
କୋର୍ଟରେ ପୁଲିସକୁ ଆକ୍ରମଣ ଘଟଣାରେ ୨ ଆଇନଜୀବୀ ଗିରଫ

ଭୁବନେଶ୍ବର : ଭୁବନେଶ୍ବର କୋର୍ଟ ପରିସରରେ କନେଷ୍ଟବଳଙ୍କୁ ଆକ୍ରମଣ ଘଟଣାରେ ବଡ଼ଗଡ଼ ଥାନା ପୁଲିସ ଦୁଇ ଆଇନଜୀବୀଙ୍କୁ ଗିରଫ କରିଛି। ସେମାନେ ହେଲେ, ବେଗୁନିଆ ଅଞ୍ଚଳର ଅରୁଣ ପଟ୍ଟନାୟକ(୩୫) ଓ ନିମାପଡ଼ା ଅଞ୍ଚଳର ରଶ୍ମିଭୂଷଣ ମୁଖୀ(୩୫)।

ରବିବାର ସଂଧ୍ୟା ପ୍ରାୟ ୭ଟାରେ ନୂଆପଲ୍ଲୀ ଥାନାର କନଷ୍ଟେବଳ ବିକ୍ରମସେନ ବେହେରା ଜଣେ ମହିଳା ଅଭିଯୁକ୍ତଙ୍କୁ ସିଏସ୍‌ଆଇଙ୍କ ପାଖରେ ହାଜର କରାଇବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣକୁ ନେଇ କୋର୍ଟ ପରିସରରେ ଦୁଇ ଆଇନଜୀବୀ ତାଙ୍କୁ ଆକ୍ରମଣ କରିଥିଲେ। ଏନେଇ ବିକ୍ରମସେନ୍‌ ଥାନାରେ ଅଭିଯୋଗ କରିବା ପରେ ବଡ଼ଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଆଇନଜୀବୀଦ୍ବୟଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe