Image Courtesy of Hindustan Times
ବାଲିଅନ୍ତା: ଚୋରାରେ ବିଦେଶୀ ମଦ କାରବାର କରୁଥିବା ଅଭିଯୋଗରେ ଆଜି ବାଲିପାଟଣା ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଦେଢ଼ାଳ ଗ୍ରାମର ଚନ୍ଦନ ମଲ୍ଲିକ(୨୨) ଓ ରିତୁନ ମଲ୍ଲିକ। ସେମାନଙ୍କଠାରୁ ୧୧୨ ବୋତଲ ବିଦେଶୀ ମଦ, ଏକ ସ୍କୁଟି ଓ ନଗଦ ୫ ହଜାର ଟଙ୍କା ଜବତ କରାଯାଇଛି। ଉଭୟ ଆସନ୍ତାକାଲି କୋର୍ଟ ଚାଲାଣ ହେବେ ବୋଲି ପୁଲିସ କହିଛି।
ସୂଚନାନୁସାରେ ଏବେ ଜାରି ରହିଥିବା ଲକ୍ଡାଉନ୍ ପାଇଁ ମଦ ମିଳିବା କଷ୍ଟକର ହୋଇପଡ଼ୁଛି। ସନ୍ଧ୍ୟାରେ ଦୋକାନ ବନ୍ଦ ରହୁଥିବାରୁ ମଦ ମିଳୁନାହିଁ। ଅଭ୍ୟାସଗତ ମଦୁଆମାନେ କଳାବଜାର ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଏହି ମଉକାରେ ସ୍ଥାନୀୟ ଅଞ୍ଚଳରେ ଚୋରା ମଦ କାରବାର ବଢ଼ିଛି। ଅଭିଯୁକ୍ତ ଚନ୍ଦନ ଓ ରିତୁନ୍ ଏବେ ଏହି କାରବାରରେ ଜୋର୍ ଲଗାଇ ଦେଇଥିବା ଅଭିଯୋଗ ପରେ ପୁଲିସ ତାଙ୍କ ଉପରେ ନଜର ରଖିଥିଲା। ଆଜି ସଂଧ୍ୟାରେ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ସେମାନଙ୍କୁ ପିଛା କରି ଭିଙ୍ଗାରପୁର ଛକ ନିକଟରେ କାବୁ କରିଥିଲେ।
Follow Us