Advertisment

ପ୍ରତାପଶାସନରୁ ପୁଣି ୨ ପଜିଟିଭ୍‌, କୋଭିଡ୍‌‌ରେ ଆଉ ଜଣଙ୍କ ମୃତ୍ୟୁ

Advertisment

ଏମ୍‌ସରେ ୧୬ କରୋନା ସଂକ୍ରମିତ ମହିଳାଙ୍କ ପ୍ରସବ

ଏମ୍‌ସରେ ୧୬ କରୋନା ସଂକ୍ରମିତ ମହିଳାଙ୍କ ପ୍ରସବ

କୋଭିଡ୍‌ ପରୀକ୍ଷଣ ଲକ୍ଷ୍ୟ ପୂରଣ ପାଇଁ ନିଜ ନମୁନାକୁ ଜାଲ ନାମରେ ୧୫ ଥର ପଠାଇଲେ ଡାକ୍ତର

Representational ( New Indian Express)

ବାଲିଅନ୍ତା : ସ୍ଥାନୀୟ ନୀଳାଚଳ କୋଭିଡ୍‌ ହସ୍ପିଟାଲରେ ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ଘର ଭୁବନେଶ୍ବର ପଟିଆ ଅଞ୍ଚଳ‌ରେ ବୋଲି ସୂଚନା ମିଳିଛି। ଗତକାଲି ଦିନ ୧ଟା ବେଳେ ତାଙ୍କୁ ଏହି ହସ୍ପିଟାଲରେ ଭର୍ତି କରାଯାଇଥିଲା ଓ ଆଜି ଅପରାହ୍‌ଣ ୩ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏବେ ଏଠାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୧୫ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୋଟ ୬୦ଜଣଙ୍କ କୋଭିଡ୍‌ ଟେ‌ଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଏବଂ ଆଉ ଜଣେ ଗର୍ଭବତୀ ମହିଳା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଘର ପ୍ରତାପଶାସନ ପଞ୍ଚାୟତରେ।

ଏମ୍‌ସରେ ୧୬ କରୋନା ସଂକ୍ରମିତ ମହିଳାଙ୍କ ପ୍ରସବ
ଭୁବନେଶ୍ବର : ଏମ୍‌ସ ଭୁବନେଶ୍ବରରେ ଗତ ଅଗଷ୍ଟ‌‌ରେ ୧୬ଜଣ କରୋନା ସଂକ୍ରମିତ ମହିଳାଙ୍କ ପ୍ରସବ କରାଯାଇଛି। ମାତ୍ର ଅଗଷ୍ଟରେ ସମୁଦାୟ ୧୧୧ଜଣଙ୍କ ପ୍ରସବ ହୋଇଥିବା ଏମ୍‌ସ ପକ୍ଷରୁ ସୂଚନା ମିଳିଛି। ସଂକ୍ରମଣକୁ ନଜରରେ ରଖି ଏମ୍‌ସର ଓପିଡି ବା ବହିର୍ବିଭାଗକୁ ବନ୍ଦ କରି ଦିଆଯାଇଛି। ଏହାସତ୍ତ୍ବେ ଏମ୍‌ସ ପକ୍ଷରୁ ଟେଲି କନସ‌ଲଟେସନ୍ ଓ ସ୍ବାସ୍ଥ୍ୟ ଆପ୍‌ ଜରିଆରେ ରୋଗୀଙ୍କୁ ସେବା ଦିଆଯାଉଛି। ଅଗଷ୍ଟରେ ଫୋନ୍ ଓ ଆପ୍‌ ଜରିଆରେ ୧୪,୧୧୦ଜଣଙ୍କୁ ଟେଲିକନସଲଟେସନ୍ ସୁବିଧା ଦିଆଯାଇଛି। ୩୩୩୧ ରୋଗୀଙ୍କ କୋଭିଡ୍‌ ସ୍କ୍ରିନିଂ କରାଯାଇଥିବା ବେଳେ ୪୪୨ ସଂକ୍ରମିତଙ୍କ ଚିକିତ୍ସା କରାଯାଇଛି। ସେହିପରି ଗତ ମାସରେ ୨୬୬ ଜଟିଳ ଅସ୍ତ୍ରୋପଚାର ହୋଇଛି। ଟ୍ରମା ଓ ଜରୁରୀ ବିଭାଗରେ ୩୧୩୭ ଓ ୧୨୪୬ଜଣଙ୍କ ଆଡମିସନ୍ କରାଯାଇଛି। ହସ୍ପିଟାଲକୁ ଆସୁଥିବା ୧ଲକ୍ଷ ୨୬ହଜାର ୧୨୪ ଲାବୋରେଟାରି ଓ ୫୯୮୬ରେଡିଓଲୋଜି ନମୁନା ପରୀକ୍ଷା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe