ଟ୍ରେନ୍‌ ଆଗକୁ ଡେଇଁ ୨ଜଣଙ୍କ ଆତ୍ମହତ୍ୟା

ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ଭୁବନେଶ୍ୱର : ନୂଆ ବର୍ଷରେ ଆଜି ୨ଜଣ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୁରୁଣା ଭୁବନେଶ୍ୱର ପୁନାମା ଗେଟ୍‌ ନିକଟରେ ଗୋଟିଏ ଅଘଟଣ ଘଟିଥିବା ବେଳେ ଅନ୍ୟଟି ପଟିଆ ଷ୍ଟେସନ୍‌ ନିକଟରେ ହୋଇଛି। ମିଳିଥିବା ସୂଚନା ଅନୁସାରେ, ପଟିଆ ଷ୍ଟେସନ ନିକଟରେ ଟ୍ରେନ୍‌ ଆଗକୁ ଡେଇଁ ଜଣେ ବ୍ୟାଙ୍କ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଯୁଗଳ କିଶୋର ରାଉତ(୨୩)। ସେ ୟୁନିଟ୍‌-୪ସ୍ଥିତ ଏକ ଆପାର୍ଟମେଣ୍ଟ ରୁହନ୍ତି। ଜିଆରପି ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଆଜି ସକାଳେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଚାକିରିରେ ବାରମ୍ବାର ବଦଳି ଓ ପାରିବାରିକ ଅଶାନ୍ତି ଯୋଗୁଁ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ସେହିପରି ପୁନାମା ଗେଟ ନିକଟରେ ଗତରାତିରେ ଜଣେ ବୃଦ୍ଧ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାଁ ରାମୁ ଓ ଘର ଗଂଜାମ ବୋଲି ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଦୁଇଟି ଘଟଣାରେ ଜିଆରପି ଥାନା ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି।

ଫ୍ଲାଏଓଭର୍‌ରେ ଦୁର୍ଘଟଣା, ଜଣେ ମୃତ
ଭୁବନେଶ୍ବର : ଆଚାର୍ଯ୍ୟବିହାର ଫ୍ଲାଏ ଓଭରବ୍ରିଜ୍ ଉପରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଓଭରବ୍ରିଜରେ ଚାଲି ଚାଲି ଯାଉଥିବା ଜଣେ ପଥଚାରୀଙ୍କ ଉପରେ ଗାଡ଼ି ମାଡ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ, ପୁରୁଣା ଭୁବନେଶ୍ବର କେଉଟ ସାହିର କାହ୍ନୁ ଚରଣ ବେହେରା। ଧକ୍କା ଦେଇଥିବା ଗାଡ଼ି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ପୁଲିସ ସୂଚନା ଅନୁସାରେ, କାହ୍ନୁ ଚାଲି ଚାଲି ଆଚାର୍ଯ୍ୟବିହାର ପଟୁ ବାଣୀବିହାର ଆଡ଼େ ଆସୁଥିଲେ। ସେହି ସମୟରେ ଏକ ଗାଡ଼ି ଦ୍ରୁତ ଗତିରେ ତାଙ୍କୁ ଧକ୍କା ଦେଇ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଧକ୍କା ଦେଇଥିବା ଗାଡ଼ି ଟାଟା ଏସି କିମ୍ବା ୪୦୭ ହୋଇଥିବା ପୁଲିସ ଅନୁମାନ କରୁଛି। ଏ ସଂକ୍ରାନ୍ତରେ ସହିଦନଗର ଥାନାରେ ମାମଲା ରୁଜୁ ହୋଇଛି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଅଜଣା ବ୍ୟକ୍ତିଙ୍କ ମୃତଦେହ
ଭୁବନେଶ୍ବର : ଶୁକ୍ରବାର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଭରତପୁର ଥାନା ପୁଲିସ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ମୃତକଙ୍କ ବୟସ ୭୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ମୃତଦେହରେ କୌଣସି କ୍ଷତଚିହ୍ନ ନଥିବାରୁ ଏହା ଏକ ସ୍ବାଭାବିକ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ତେବେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖାଯାଇଛି ଓ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ସେ ସ୍ଥାନୀୟ କୌଣସି ବସ୍ତିବାସିନ୍ଦା ହୋଇଥିବା ସନ୍ଦେହ କରି ପୁଲିସ ବହୁ ଲୋକଙ୍କୁ ଫଟୋ ଦେଖାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe