Deccan Herald
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଛକରେ ୨ଭଉଣୀ ଲୁଟ୍ର ଶିକାର ହୋଇଛନ୍ତି। ଲୁଟେରାମାନେ ସୁନା ଚେନ୍ ଝାମ୍ପି ନେଇଥିବା ବେଳେ ୨ ଭଉଣୀ ସ୍କୁଟିରୁ ପଡ଼ି ଆହତ ହୋଇଛନ୍ତି। ସେମାନେ ହେଲେ, ଭୁବନେଶ୍ବର ଟଙ୍କପାଣି ରୋଡ୍ ଅଞ୍ଚଳର ଜ୍ୟୋତ୍ସ୍ନା ଦାସ ଓ ସାନ ଭଉଣୀ ମମତା ମହାନ୍ତି। ସୂଚନାନୁସାରେ, ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ୨ ଭଉଣୀ ସ୍କୁଟି ଯୋଗେ ଖୋର୍ଦ୍ଧାରୁ ଭୁବନେଶ୍ବର ଆସୁଥିଲେ। ତାଙ୍କୁ ଦୁଇ ଜଣ ଯୁବକ ଏକ ପଲ୍ସର ମୋଟର ସାଇକେଲ୍ରେ ପିଛା କରୁଥିଲେ। ଯାଁଳା ବଜାର ଓଭରବ୍ରିଜ୍ ଉପରେ ସେମାନେ ସ୍କୁଟି ପାଖକୁ ଲାଗି ଆସିଥିଲେ ଓ ସ୍କୁଟି ପଛରେ ବସିଥିବା ଜ୍ୟୋତ୍ସ୍ନାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଥିଲେ। ଚେନ୍ ଟାଣିନେବା ବେଳେ ସ୍କୁଟି ଚଳାଉଥିବା ମମତା ଭାରସାମ୍ୟ ହରାଇବାରୁ ଉଭୟ ରାସ୍ତାରେ ପଡ଼ି ଯାଇଥିଲେ। ଫଳରେ ଉଭୟଙ୍କର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ମାତ୍ର ଦୁର୍ବୃତ୍ତମାନେ ଦ୍ରୁତ ବେଗରେ ଭୁବନେଶ୍ବର ଦିଗରେ ପଳାଇଥିଲେ। ସ୍ଥାନୀୟ ଲୋକେ ୨ ଭଉଣୀଙ୍କୁ ଉଦ୍ଧାର କରିବା ପୁଲିସ ସହାୟତାରେ ଭୁବନେଶ୍ବର ଏମ୍ସକୁ ପଠାଇଥିଲେ।
ସୂଚନାଯୋଗ୍ୟ, ଗତକାଲି ଲୋକସେବା ଭବନ ସମ୍ମୁଖରେ ଜଣେ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତମାନେ ମୋବାଇଲ ଝାମ୍ପି ନେବା ବେଳେ ଚଳନ୍ତା ଗାଡ଼ିରୁ ପଡ଼ି ସେ ଆହତ ହୋଇଥିଲେ। ଗତ ୧୭ ତାରିଖରେ ପିପିଲି ଆରୁହା ଗ୍ରାମର ଅର୍ଚ୍ଚନା ଦାସ ପୁରୀ ବାଇପାସ୍ ରାସ୍ତାର ପାଣ୍ଡରା ଓ କେଶୁରା ମଝିରେ ଲୁଟ୍ର ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ବେକରୁ ୭୦ ହଜାର ଟଙ୍କାର ସୁନା ଚେନ୍ ଛଡ଼ାଇ ନେଇଥିଲେ। ଫଳରେ ଅର୍ଚ୍ଚନା ସ୍କୁଟିର ପଡ଼ି ଆହତ ହୋଇଥିଲେ।
Follow Us