କୁଆଖାଇରେ ବୁଡ଼ି ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ସଲିଳ ସମାଧୀ

Advertisment

ମହିଳା ହୋମଗାର୍ଡଙ୍କୁ ଉଦ୍ଧାର କଲେ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ

ମହିଳା ହୋମଗାର୍ଡଙ୍କୁ ଉଦ୍ଧାର କଲେ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ

କୁଆଖାଇରେ ବୁଡ଼ି ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ସଲିଳ ସମାଧୀ

ଭୁବନେଶ୍ୱର:  ଆଜି ରାଜଧାନୀରେ ଘଟିଛି ଏକ ଅଭାବନୀୟ ଘଟଣା। ଦୁଇ ଜଣ ସ୍କୁଲ୍ ଛାତ୍ରଙ୍କର ସଲିଳ ସମାଧୀ ଘଟିଛି।  ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କୁଆଖାଇ ନଦୀର ହଂସପାଳ ପଟେ ଗାଧୋଉଥିବା ବେଳେ ୨ ଜଣ ଛାତ୍ର ପାଣିରେ ଭାସିଯାଇ ମୃତ୍ୟୁମୁଖରେ ପଡ଼ିଛନ୍ତି। ସେମାନେ ଗାଧୋଉଥିବା ବେଳେ ଭାସିଯିବା ଖବରପାଇ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଅାରମ୍ଭ କରିଥିଲା।  ଅଗ୍ନିଶମ କର୍ମଚାରୀ  ଘଟଣାସ୍ଥଳରେ ପହଞ୍ଚି ଜଣକୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରଥିଲେ ସେଠାରେ ଚିକିିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।। ମୃତକ ଦୁଇ ଜଣ ହେଲେ ଭୁବନେଶ୍ୱର  ୟୁନିଟ୍-୯ ବାଳକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଜଗମୋହନ ସାହୁ ଓ ସଫିକ ଡିଗଲ୍।

ମିଳିଥିବା ସୂଚନା ଅନୁଯାୟୀ, ଆଚାର୍ଯ୍ୟ ବିହାର ନିକଟସ୍ଥ ବିଶ୍ୱେଶରର ବସ୍ତିରେ ରହୁଥିବା ସଫିକ ଡିଗଲ୍  ଓ ଜୟଦେବ ବିହାର ନିକଟସ୍ଥ ଆତ୍ମାରାମ ବସ୍ତିରେ ରହୁଥିବା ଜଗମୋହନ ସାହୁ ୟୁନିଟ -୯ ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢ଼ନ୍ତି। ଆଜି ସେମାନେ ସ୍କୁଲରୁ ଘରକୁ ନ ଯାଇ  କୁଆଖାଇ ନଦୀରେ ଗାଧୋଉଥିବା ବେଳେ ବନ୍ୟା ସ୍ରୋତରେ ଭାସି ଯାଇଥିଲେ। ସଙ୍ଗେ ସଙ୍ଗେ ଏ ନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନଶମ ବିଭାଗର ଆଗ୍ନିକମାନେ ଭରା ନଈରେ ପଶି ଭାସିଯାଉଥିବା ଛାତ୍ରମାନଙ୍କ ମଧ୍ୟରୁ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରିବା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ନିଖୋଜ ଛାତ୍ରମାନଙ୍କୁ ଖୋଜୁଥିବା ବେଳେ କୁଆଖାଇ ପୋଲରୁ ଡେଇଁ  ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ମହିଳାଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ସେ ଜଣେ ହୋମ ଗାର୍ଡ ଓ ସ୍ଥାନୀୟ ମଞ୍ଚେଶ୍ୱର ଥାନାରେ ସେ ଚାକିରି କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe