ରାଉରକେଲା: ସୁନ୍ଦରଗଡ଼ଜିଲ୍ଲା ରାଉରକେଲା ନିକଟ ଲାଠିକଟା ବିରକେରା ଘାଗରା ଜଳପ୍ରପାତରେ ଆଜି ଏକ ଅଘଟଣ ଘଟିଛି। ଏହି ଜଳପ୍ରପାତରେ ବୁଡ଼ିଯାଇ ଦୁଇ ଜଣ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ୪ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ନିଖୋଜ ଛାତ୍ରମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। 

Advertisment

ଆହୁରି ପଢ଼ନ୍ତୁ: Accidental Death: ଦୁର୍ଘଟଣାର ଶିକାର ହୋଇ ଜଣଙ୍କର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ଅଗ୍ନିଶମ ବାହିନୀର ସୂଚନା ଅନୁସାରେ ରାଉରକେଲାର ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଛାତ୍ରମାନେ ଆଜି ଅପରାହ୍‌ଣରେ ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଏହି ଦଳରେ ରାଉରକେଲା ସେକ୍ଟର ୨୦-ଡିର ରାଜେନ୍ଦ୍ର ବିଜୟ ହୋବୋଙ୍କ ପୁଅ ଅଭିଜିତ, ସେକ୍ଟର୬ର ଜନବିଜୟ ସେଠଙ୍କ ପୁଅ ସୁମିତ ସେଠ, ସେକ୍ଟର-୩ ଅଞ୍ଚଳର ସନାତନ ସେଠଙ୍କ ପୁଅ  ଅଭିଷେକ ସାହୁ, ସୁଶାନ୍ତ କୁମାର ହାଁସଦାଙ୍କ ପୁଅ ପ୍ରୀତମ ହାଁସଦା, ହାବିଲଦାର ‌ମୁଖ୍ୟାଳୟ ନିବାସୀ ବାବୁଲି ସୁନାଙ୍କ ପୁଅ ଓମ୍‌ ସୁନା ଓ  ଆଇଏମ୍‌ଏସ ସେକ୍ଟର-୨୦ର କମଳାକାନ୍ତ ଦାସଙ୍କ ପୁଅ ଅନୁରାଗ ଦାସ ଥିଲେ। 

ଆହୁରି ପଢ଼ନ୍ତୁ: Odia Tourists Death: ଜମ୍ମୁରେ ତିନି ଓଡ଼ିଆ ତୀର୍ଥଯାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ, ଆସୁଛି ମୃତଦେହ

ଦୁର୍ଘଟଣା ନେଇ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲା। ୪ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଓମ୍‌ ଓ ଅନୁରାଗ ନିଖୋଜ ଅଛନ୍ତି।  

 Waterfall | Rourkela