ଉଦ୍ଧାର ହେଲା ଆଉ ଦୁଇ ଗାଡ଼ି; ଜେଲ୍‌ ଫେରିଲେ ଅଭିଯୁକ୍ତ

Advertisment
ଛାତ୍ରୀଙ୍କୁ ଅସଦାଚରଣ ମାମଲା : ଜେଲ୍‌ ଗଲେ କୋଚିଂ ସେଣ୍ଟର୍‌ ମାଲିକ

oneindia.com

ଭୁବନେଶ୍ୱର: ଓଡ଼ିଶାରୁ ଚୋରି କରି ପଶ୍ଚିମବଙ୍ଗରେ ଗାଡ଼ି ବିକ୍ରି କରୁଥିବା ରୢାକେଟ୍‌ର ଗିରଫ ଦୁଇ ଅଭିଯୁକ୍ତଙ୍କର ରିମାଣ୍ଡ ଅବଧି ଶେଷ ହୋଇଛି। ଏହି ରିମାଣ୍ଡ ସମୟରେ ଖାରବେଳ ନଗର ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଉଭୟ ଅଭିଯୁକ୍ତଙ୍କୁ ଧରି ତିନିଦିନ ପଶ୍ଚିମବଙ୍ଗରେ ବୁଲିବା ପରେ ଦୁଇଟି ଚୋରା ଗାଡ଼ି ଉଦ୍ଧାର କରିଛି। ପୂର୍ବରୁ ଏହି ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ସମସ୍ତ ଗାଡ଼ି ଆପାଚି ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ଅଭିଯୁକ୍ତଦ୍ବୟଙ୍କଠାରୁ ଚୋରା ଗାଡ଼ି କିଣିଥିବା ବ୍ୟକ୍ତିମାନେ ଖବର ପାଇ ଫେରାର ହୋଇ ଯାଇଛନ୍ତି। ଗାଡ଼ି ଉଦ୍ଧାର କରାଯିବା ପରେ ଆଜି ଅପରାହ୍‌ଣରେ ସେମାନଙ୍କୁ ପୁଲିସ ଧରି ଭୁବନେଶ୍ବର ପହଞ୍ଚିଥିଲା। କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ତେବେ ପୁଲିସ ଯେଉଁ ସଂଖ୍ୟାରେ ଚୋରା ଗାଡ଼ି ଉଦ୍ଧାର କରିବା ପାଇଁ ଆଶା ରଖିଥିଲା ତାହା ସମ୍ଭବ ହୋଇନାହିଁ। ସୂଚନାଯୋଗ୍ୟ, ଗତ ୩ ତାରିଖରେ ଅନ୍ତଃରାଜ୍ୟ ଗାଡ଼ି ଚୋର ରୢାକେଟ୍‌ର ୩ ଜଣଙ୍କୁ ଖାରବେଳ ଥାନା ପୁଲିସ ଧରିଥିଲା। ସେଥିରେ ଜଣେ ନାବାଳକ ସମେତ ଖାରବେଳ ନଗରରେ ରହୁଥିବା ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ପଞ୍ଚକୁଲା ଥାନା ଅଧୀନ ସୋଦୁଅପଟାର ସେକ୍‌ ରୁଲାମିନ୍‌ ଓ ଦାଲ୍‌ବାଦ୍‌ ରତୁଲିଆର ସେକ୍‌ ମୁଜୁବର ରହିଥିଲେ। ଉଭୟଙ୍କୁ ପୁଲିସ ରିମାଣ୍ଡରେ ଆଣିଥିଲା। ଏକ ସ୍ବତନ୍ତ୍ର ପୁଲିସ ଦଳ ସେମାନଙ୍କୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ଜାଗାରେ ବୁଲାଇ ଚୋରା ଗାଡ଼ି ଉଦ୍ଧାର ପାଇଁ ଯୋଜନା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe