the Indian express
ଭୁବନେଶ୍ବର: ଜଣେ କାର୍ଯ୍ୟରତ ଟ୍ରାଫିକ୍ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ଶାସ୍ତ୍ରୀନଗରର କେ. ବିଜୟ ପାତ୍ର ଓ ବାୟାବାବା ବସ୍ତିର କାହ୍ନା ଦେଓ। ଅଭିଯୋଗକାରୀ ହେଉଛନ୍ତି ଟ୍ରାଫିକ୍ ଥାନାରେ କାର୍ଯ୍ୟରତ କନେଷ୍ଟବଳ ଏର୍ମା ପୋଡ଼ିଆମି। ତାଙ୍କ ଅଭିଯୋଗ ମୁତାବକ, ଗତକାଲି ସେ ଆଇଡିବିଆଇ ଛକରେ ଟ୍ରାଫିକ୍ ପରିଚାଳନା କରୁଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ଏକ ଅଟୋ ଟ୍ରାଫିକ୍ ସିଗ୍ନାଲ ନ ମାନି ରଙ୍ଗ୍ରୁଟ୍ରେ ମାଡ଼ି ଯାଉଥିଲା। ସେ ଅଟୋକୁ ଅଟକାଇବାରୁ ସେଥିରେ ଥିବା ୪ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ସେ ଦୁଇଜଣଙ୍କୁ ମାଡ଼ି ବସିଥିବା ବେଳେ ଅନ୍ୟ ଦୁଇଜଣ ଫେରାର୍ ହୋଇଯାଇଥିଲେ।
Follow Us