ସ୍ତ୍ରୀଙ୍କୁ ମାଡ଼ମାରି ସ୍ବାମୀ ସମେତ ୨ ଗିରଫ

Advertisment
ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ, ୬୫ ବର୍ଷୀୟ ବୃଦ୍ଧ ଅଟକ

Daily News

ଭୁବନେଶ୍ୱର: ସାଙ୍ଗଙ୍କ ସହ ମିଶି ଜଣେ ଯୁବକ ସ୍ତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ସମ୍ପୃକ୍ତ ଅଭିଯୁକ୍ତଦ୍ୱୟଙ୍କୁ ଗରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସ୍ଥାନୀୟ ଥାନା ଝରଣା ସାହି(ଖ)ର ବନମାଳୀ ଭୋଳ ଓ ବିଜୟ କୁମାର ପଲେଇ। ସୂଚନା ଅନୁଯାୟୀ, ବନମାଳୀ ଅନେକ ସମୟରେ ମଦ୍ୟପାନ କରି ସ୍ତ୍ରୀ ଗୀତାଞ୍ଜଳିଙ୍କୁ ମାଡ଼ ମାରନ୍ତି। ଗତକାଲି ବନମାଳୀ ତାଙ୍କ ସାଙ୍ଗ ବିଜୟ ମଦ୍ୟପାନ କରି ଘରକୁ ଆସିଥିଲେ। ଏହାକୁ ଗୀତାଞ୍ଜଳି ବିରୋଧ କରିବାରୁ ଉଭୟେ ମିଶି ତାଙ୍କୁ ମାଡ଼ ମାରିଥିଲେ। ଏନେଇ ଗୀତାଞ୍ଜଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe