ପେଟ୍ରୋଲ ପକାଇ ହତ୍ୟା ଉଦ୍ୟମ : ଜେଲ୍‌ ଗଲେ ଦୁଇ ଯୁବକ

Advertisment
୪୦୦ ଲିଟର ଦେଶୀ ମଦ ଜବତ ୨ ଗିରଫ

nayalook.com

ବାଲିଅନ୍ତା : ଘର ଆଗରେ ପେଟ୍ରୋଲ ପକାଇ ହତ୍ୟା ଉଦ୍ୟମ ଅଭିଯୋଗରେ ବାଲିଅନ୍ତା ଥାନା ପୁଲିସ ଆଜି ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ, ଉକ୍ତ ଥାନା ଅଧୀନ ଛନ୍ଦୋଳ ଗ୍ରାମର ଭାବ ମଲ୍ଲିକ(୪୦) ଓ ବାପି ମଲ୍ଲିକ(୩୬)। ତାଙ୍କ ବିରୋଧରେ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ସନ୍ତୋଷ ମଲ୍ଲିକ(୨୬) ଲିଖିତ ଅଭିଯୋଗ କରିଥିଲେ। ସନ୍ତୋଷଙ୍କ ଅଭିଯୋଗ ମୁତାବକ, ସେ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯୁବତୀଙ୍କ ସମ୍ମତିକ୍ରମେ ଗତକାଲି ସେ ତାଙ୍କ ଘର ନିକଟକୁ ଯାଇଥିଲେ। ହେଲେ ଭାବ ଓ ବାପି ଉଭୟ ସେଠାରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ଦୁହେଁ ସନ୍ତୋଷଙ୍କୁ ମାଡ଼ ମାରିବା ସହ ତାଙ୍କ ଉପରକୁ ପେଟ୍ରୋଲ ପକାଇ ହତ୍ୟା ଉଦ୍ୟମ କରିଥିଲା। ଏଥିରେ ସନ୍ତୋଷ ଆହତ ହୋଇଥିଲେ। ଏବେ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe