ଅବସର ପରେ ବି ଲାଞ୍ଚ ଲୋଭ: ୩ ହଜାର ଟଙ୍କା ନେଇ ଟାଇପିଷ୍ଟ ଗିରଫ

ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ଭୁବନେଶ୍ବର : ଅବସର ଗ୍ରହଣ କରିବା ପରେ ବି ଲାଞ୍ଚ ଲୋଭ ଛାଡ଼ୁନି। ବକେୟା ଇପିଏଫ୍ ବିଲ୍ ପାସ୍ କରାଇଦେବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି ଉଠା ଜଳସେଚନ ନିଗମ ଏମ୍‌ଡିଙ୍କ ଅବସରପ୍ରାପ୍ତ ଟାଇପିଷ୍ଟ ଅମୃତ ସାହୁ। ଭିଜିଲାନ୍‌ସ ଟିମ୍‌ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଗିରଫ କରିଛି।

ସୂଚନାନୁସାରେ, ଉଠା ଜଳସେଚନ ନିଗମର ଜଣେ ମୃତ କର୍ମଚାରୀଙ୍କ ପୁଅ ବାପାଙ୍କ ବକେୟା ପିଏଫ୍ ଟଙ୍କା ପାଇବା ପାଇଁ ଆବେଦନ କରିଥିଲେ। ଏହି ବିଲ୍ ପାସ୍‌ କରାଇବା ପାଇଁ ଅବସର ନେଇ ସାରିଥିବା ଟାଇପିଷ୍ଟ ଅମୃତଙ୍କ ସହଯୋଗ ଦରକାର ପଡ଼ିଥିଲା। ଏଥିପାଇଁ ଅମୃତ ତାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତ ଯୁବକ ଭିଜିଲାନ୍‌ସ ଟିମ୍‌ ସହ ଯୋଗାଯୋଗ କରିଥିଲେ। ଆଜି ଅପରାହ୍‌ଣରେ ଫାୟାର୍‌ ଷ୍ଟେସନ ଛକ ନିକଟରେ ଲାଞ୍ଚ ଦିଆନିଆ ହେଉଥିବା ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ଚକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଅମୃତଙ୍କୁ ମାଡ଼ି ବସିଥିଲେ। ତାଙ୍କଠାରୁ ୩ ହଜାର ଟଙ୍କା ଜବତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe