ୟୁସିସିଆଇର କେନ୍ଦ୍ରୀୟ ବଜେଟ୍‌ ସମୀକ୍ଷା: ଷ୍ଟାର୍ଟଅପ୍‌କୁ ଗୁରୁତ୍ବ, କିନ୍ତୁ ସମୟୋପଯୋଗୀ ନୁହେଁ

Advertisment
ୟୁସିସିଆଇର କେନ୍ଦ୍ରୀୟ ବଜେଟ୍‌ ସମୀକ୍ଷା: ଷ୍ଟାର୍ଟଅପ୍‌କୁ ଗୁରୁତ୍ବ, କିନ୍ତୁ ସମୟୋପଯୋଗୀ ନୁହେଁ

ଭୁବନେଶ୍ବର: କେନ୍ଦ୍ରୀୟ ବଜେଟ୍‌ ୨୦୨୧-୨୨ରେ ଷ୍ଟାର୍ଟ ଅପ୍‌କୁ ଗୁରୁତ୍ବ ଦିଆଯାଇଛି। ଏହା ଏକ ସ୍ବାଗତଯୋଗ୍ୟ ପଦ‌କ୍ଷେପ। ତେବେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଦିଆଯାଇଥିବା ୧୫,୭୦୦ କୋଟିର ଟଙ୍କା କେତେ ଲାଭଦାୟକ ହେବ, ତାହା ଆକଳନ କରିବା ସମ୍ଭବ ନୁହେଁ। ବିଭିନ୍ନ ଦିଗକୁ ବିଚାରକୁ ନେଲେ ଏହା ଏକ ସମୟୋପୋଯାଗୀ ବଜେଟ୍‌ ନୁହେଁ ବୋଲି କୁହାଯିବ। କିଛି ରାଜ୍ୟରେ ଆଗକୁ ନିର୍ବାଚନ ଥିବାରୁ ଏହାକୁ ସ୍ବତନ୍ତ୍ର ପ୍ୟାକେଜ୍‌ଭାବେ ଗଣନା କରାଯାଇପାରେ। ଆଜି ଭୁବନେଶ୍ବର ସ୍ଥିତ ଉତ୍କଳ ଚ୍ୟାମ୍ବର ଅଫ୍ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ କେନ୍ଦ୍ରୀୟ ବଜେଟ୍‌ ସମୀକ୍ଷା ବୈଠକରେ ଏହି ମତ ପ୍ରକାଶ ପାଇଛି।

ଏହି ସମ୍ମିଳନୀରେ ସଭାପତି ବ୍ରହ୍କା ମିଶ୍ର କହିଛନ୍ତି ଯେ, କେନ୍ଦ୍ରୀୟ ବଜେଟ ୨୦୨୧-୨୨ ଏକ ସମୟ ଉପଯୋଗୀ ବଜେଟ୍‌ ନୁହେଁ। ବଜେଟ୍‌ରେ ବିଭିନ୍ନ ଦିଗକୁ ଯେଉଁ ଭଳି ଗୁରୁତ୍ବ ଦେବା କଥା ସେଭଳି ହୋଇନାହିଁ। ଏମ୍ ଏସ୍ ଏମ୍ ଇ କ୍ଷେତ୍ରକୁ ଯେଉଁଭଳି ଅଗ୍ରାଧିକାର ମିଳିବା କଥା, ତାହା ଦିଆଯାଇ ନାହିଁ। ହେଲେ ଷ୍ଟାର୍ଟ ଅପ୍ ଗୁରୁତ୍ବ ଦିଆଯିବା କଥା ନିଶ୍ଚିତ ଭାବ‌େ ଉତ୍ତମ ପଦକ୍ଷେପ। ଏମ୍ ଏସ୍ ଏମ୍ ଇ ପାଇଁ ଦିଆଯାଇଥିବା ୧୫,୭୦୦ କୋଟି ଟଙ୍କା କେତେ ଲାଭଜନକ ହେବ, ତାହା ଏବ‌େଠାରୁ ଆକଳନ କରିବା କଷ୍ଟ। କୃଷକମାନଙ୍କୁ ବଜେଟ୍‌ରେ ଗୁରୁତ୍ବ ମିଳିବା ଭଲ କଥା। ସ୍ବାସ୍ଥ୍ୟକ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ତେବେ ଆଗକୁ ନିର୍ବାଚନ ଥିବା ରାଜ୍ୟମାନଙ୍କ ପାଇଁ ଏହା ସ୍ବତନ୍ତ୍ର ପ୍ୟାକେଜ୍ ଭଳି ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। ବିଭିନ୍ନ ରାଜ୍ୟର କ୍ଷୁଦ୍ର ଶିଳ୍ପକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅଶୋକ ସାରଦା, ଚାଟାର୍ଡ ଆକାଉଣ୍ଟାଣ୍ଟ ଦୀପକ ଏସ୍ ରାଠୋର, ଜୟନ୍ତ କୁମାର ସାହୁ, ତରୁଣ ଅଗ୍ରୱାଲ‌୍ ପ୍ରମୁଖ ଉପସ୍ଥିତ ରହି ବଜେଟ୍‌ ସମୀକ୍ଷାରେ ବିଭିନ୍ନ ଦିଗ ପ୍ରତି ଆଲୋଚନା କରିଥିଲେ। ଭାରତୀୟ ବଜେଟ୍ ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ୍ ବଜେଟ୍ ଉପସ୍ଥାପିତ ହୋଇଥିବାରୁ ସ୍ବାଗତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe