ୟୁକୋ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ମାସ ସମାପନ ସମାରୋହ

ୟୁକୋ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ମାସ ସମାପନ ସମାରୋହ

ଭୁବନେଶ୍ୱର: ୟୁକୋ ବ୍ୟାଙ୍କ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ମାସ ସମାପନ ସମାରୋହ ଆୟୋଜିତ ହୋଇଯାଇଛି। ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଅରୁପାନନ୍ଦ ଜେନା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ମୁଖ୍ୟ ଅତିଥି ନିର୍ମଳ ଦୁବେ, ସହାୟକ ନିର୍ଦ୍ଦେଶକ, ରାଜଭାଷା ବିଭାଗ, ଗୃହ ମନ୍ତ୍ରାଳୟଙ୍କୁ ସ୍ୱାଗତ ଜଣାଇଥିଲେ। ୟୁକୋ ବ୍ୟାଙ୍କ ଭାରତ ସରକାରଙ୍କ ସର୍ବୋଚ୍ଚ ରାଜଭାଷା କୀର୍ତ୍ତି ପୁରସ୍କାରର ପ୍ରଥମ ପୁରସ୍କାର ପ୍ରାପ୍ତ ବ୍ୟାଙ୍କ ବୋଲି ଅବଗତ କରାଇଥିଲେ। ବ୍ୟାଙ୍କ ପକ୍ଷରୁ ୧୪ ସେପ୍ଟେମ୍ବର ୨୦୨୧ରୁ ୧୨ ଅକ୍ଟୋବର ୨୦୨୧ମଧ୍ୟରେ ‘ଭାରତୀୟ ଭାଷା ସୌହାର୍ଦ୍ଦ୍ୟ ସ୍ୱରୁପ ହିନ୍ଦୀ ମାସ-୨୦୨୧’ ପାଳନ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ନିମନ୍ତେ ହିନ୍ଦୀ ପ୍ରତିଯୋଗିତାମାନ ଆୟୋଜନ କରାଯାଇ ବିଜୟୀ ପ୍ରତିଯୋଗୀମାନଙ୍କୁ ସିଲ୍‌ଡ, ପ୍ରମାଣପତ୍ର ଏବଂ ସ୍ମାରକପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ବିଜୟୀ ପ୍ରତିଯୋଗୀମାନଙ୍କ ମଧ୍ୟରେ ବ୍ୟାଙ୍କର ଅଶୋକା ମାର୍କେଟ ଶାଖାର କାର୍ଯ୍ୟନିର୍ବାହୀ ଲିଙ୍ଗରାଜ ନାୟକ ଏବଂ ଲକି ନାୟକ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe