‘ଉଡ୍ର’ର କୁମାର ଉତ୍ସବ ଉଦ୍‌ଘାଟିତ

ସାଂସ୍କୃତିକ ଅନୁଷ୍ଠାନ ‘ଉଡ୍ର’ ପକ୍ଷରୁ ୨୨ତମ କୁମାର ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ କଂଗ୍ରେସ ସଭାପତି ଜୟଦେବ ଜେ....

Untitled-2

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ଉଡ୍ର’ ପକ୍ଷରୁ ୨୨ତମ କୁମାର ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ କଂଗ୍ରେସ ସଭାପତି ଜୟଦେବ ଜେନା, ଦିନଲିପିର ସମ୍ପାଦିକା ଅନ୍ନପୂର୍ଣ୍ଣା ଦାଶ ଓ ସଭାପତି ବଟକୃଷ୍ଣ ତ୍ରିପାଠୀ ଯୋଗଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ। ପ୍ରତିଷ୍ଠାତା ଗୁରୁ ସହଦେବ ପାଢ଼ୀଙ୍କ ସ୍ମୃତିଚାରଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ବିଶିଷ୍ଟ ନୃତ୍ୟଗୁରୁ ପାଗଳ ସ୍ୱାଇଁଙ୍କୁ ଗୁରୁ ସହଦେବ ପାଢ଼ୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।

ସନ୍ଧ୍ୟାରେ ପ୍ରଥମ ଉପସ୍ଥାପନାରେ ଉଡ୍ର ଶିଳ୍ପୀଗଣ କୁମାର ପୂର୍ଣ୍ଣିମା ନୃତ୍ୟ ପରିବେଷଣ କରିଥିଲେ। ପରେ ରାଧାରାଣୀ ସଙ୍ଗେ ନାଚେ, ଗଣେଶ ବନ୍ଦନା, ବସନ୍ତ ପଲ୍ଲବୀ, କୃଷ୍ଣାୟ ତୁଭ୍ୟ ନମଃ, କୃଷ୍ଣ ଗାଥା ଆଦି ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିସହ ସମ୍ବଲପୁରୀ ଲୋକନୃତ୍ୟ ଓ ସର୍ଜନଶୀଳ ନୃତ୍ୟକୁ ଉଡ୍ରର ଶିଳ୍ପୀଗଣ ନିଖୁଣ ଭାବେ ମଞ୍ଚସ୍ଥ କରିଥିଲେ। ଦଳଗତ ପରିବେଷଣରେ ‘ନୃତ୍ୟାୟନ’ ଓ ‘ସଂୟରୀ ଏନ୍‌ସେମ୍ବଲ୍‌’ର ଶିଳ୍ପୀବୃନ୍ଦଙ୍କ ଉପସ୍ଥାପନ ଚିତ୍ତାକର୍ଷକ ଥିଲା।
ପ୍ରାରମ୍ଭରେ ଗୁରୁ ଉମେଶ ଚନ୍ଦ୍ର ଦାଶଙ୍କ ପରିକଳ୍ପନାରେ ଓଡ଼ିଶୀ ସଙ୍ଗୀତ, ଗୁରୁ ବୈକୁଣ୍ଠନାଥ ଶତପଥୀଙ୍କ ନିର୍ଦ୍ଦେଶନାରେ ହିନ୍ଦୁସ୍ଥାନୀ ସଙ୍ଗୀତ ଓ ଗୁରୁ ବିଜୟ କୁମାର ଜେନାଙ୍କ ସଂଯୋଜନାରେ ତବଲା ବାଦନ ଦର୍ଶକଙ୍କୁ ବିଭୋର କରିଥିଲା। ଗୁରୁ ଆରତୀ କର ଓ ଗୁରୁ ରମେଶ ଚନ୍ଦ୍ର ଜେନାଙ୍କ ନୃତ୍ୟ ସଂଯୋଜନା, ଶୁଭଲକ୍ଷ୍ମୀ ପାଢ଼ୀଙ୍କ ନିର୍ଦ୍ଦେଶନାରେ ପ୍ରତାପ ଚନ୍ଦ୍ର ସାହୁ ଓ ଅନସୂୟା ସାହୁଙ୍କ ମଞ୍ଚ ପରିପ୍ପଳନା ଦର୍ଶକଙ୍କୁ ବାନ୍ଧି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe