ଅନଲାଇନ୍‌ରେ ଅଲଟ୍ରାସାଉଣ୍ଡ ପଞ୍ଜୀକରଣ/ନବୀକରଣ

ଗର୍ଭଧାରଣ ପୂର୍ବ ଓ ପ୍ରସୂତି ପୂର୍ବ ପୋର୍ଟାଲ ଲୋକାର୍ପିତ

ଦୁଇ ଦୁଇ ଜଣ ଡାକ୍ତରଙ୍କ ଦାୟିତ୍ବହୀନତା: ପେଟରେ ଟ୍ୟୁମର, ବର୍ଷେ ହେଲା ଚାଲିଥିଲା ଗର୍ଭଧାରଣର ଚିକିତ୍ସା

Medical News Today

ଭୁବନେଶ୍ୱର : ଚଳିତବର୍ଷ ରାଜ୍ୟ ସରକାର ଗର୍ଭଧାରଣ ପୂର୍ବ ଓ ପ୍ରସୂତି ପୂର୍ବ ରୋଗ ନିର୍ଣ୍ଣୟ ବା ପିସି ଓ ପିଏଡିଟି) ସମ୍ବନ୍ଧୀୟ ଅଲଟ୍ରା ସାଉଣ୍ଡର ପଂଜୀକରଣ ଓ ନବୀକରଣ ସୁବିଧାକୁ ଲୋକସେବା ଆଇନର ଅଧିକାର ପରିସରଭୁକ୍ତ କରିଛନ୍ତି। ତେଣୁ ଅଲଟ୍ରାସାଉଣ୍ଡର ପଞ୍ଜୀକରଣ ଓ ନବୀକରଣ ପାଇଁ ଅନଲାଇନ୍‌ ଦରଖାସ୍ତ ଆବେଦନ ସେବା ଉନ୍ମୋଚିତ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ପୋର୍ଟାଲକୁ ଉନ୍ମୋଚିତ କରିଛନ୍ତି। ଭର୍ଚୁଆଲ ମୋଡ୍‌ରେ ଏହି ସଫ୍‌ଟୱେୟାର ଲୋକାର୍ପଣ ଅବସରରେ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆନଲାଇନ୍‌ ଜରିଆରେ ସଂପୃକ୍ତ ଜିଲ୍ଲାର ଏ ସମ୍ବନ୍ଧୀୟ ଦରଖାସ୍ତ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଛନ୍ତି। ଠିକ୍ ସମୟରେ ପଞ୍ଜୀକରଣ ଓ ନବୀକରଣ ସହ ସ୍ବଚ୍ଛତା ମାଧ୍ୟମରେ ଅଲଟ୍ରାସାଉଣ୍ଡ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ଅନଲାଇନ୍‌ ଦରଖାସ୍ତ ଆବେଦ ଏକ ଉପଯୁକ୍ତ ମାଧ୍ୟମ। ଏଥିପାଇଁ ୭୦ ଦିନ ସମୟ ଧାର୍ଯ୍ୟ କରାଯାଇଛି। ଦରଖାସ୍ତ ଦାଖଲ କରିବା, ଟଙ୍କା ପଇଠ କରିବା ଓ ଦରଖାସ୍ତର ସ୍ଥିତି ଆବେଦନକାରୀ ଅନଲାଇନ୍‌ରେ ଜାଣିପାରିବେ। ସମସ୍ତ ଆବଶ୍ୟକ ତଥ୍ୟ ୱେବ୍‌ପୋର୍ଟାଲ www.pndtodisha.gov.in ରେ ଅପଲୋଡ୍‌ କରାଯାଇଛି।

ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଅଶୋକ ନାୟକ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦେଶକ କୃପାସିନ୍ଧୁ ମିଶ୍ର, ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ଶାସନ ସଚିବ ବିଶିକେଶନ ଦେହୁରୀ, ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ, ଏନ୍‌ଆଇସିର ରାଜ୍ୟ ସୂଚନାଧିକାରୀ କସ୍ତୁରୀ ଦାଶ, ପିସି ଏଣ୍ଡ ପିଏନ୍‌ଡିଟିର ରାଜ୍ୟ ନୋଡାଲ ଅଧିକାରୀ ଡ. ପ୍ରତିଭା ପ୍ରଧାନ, ଷ୍ଟେ୍‌ଟ୍‌ ଫାସିଲିଟେଟର୍‌ ଶ୍ରାବଣୀ ଦାସ, ଆଇନ ପରାମର୍ଶଦାତା ମନୋରଂଜନ ପ୍ରଧାନ ଓ ସବୁ ଜିଲ୍ଲାର ଜିଲ୍ଲପାଳ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe