ଜାମିନ୍‌ ବାହାନାରେ ଯୁବତୀଙ୍କ ୨.୩୦ ଲକ୍ଷ ଚଳୁ, ବିଶ୍ବାସଘାତକ ବନ୍ଧୁ ଗିରଫ

ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଲା ପୁଲିସ

Image Courtesy of NDTV

ଭୁବନେଶ୍ବର: କୋର୍ଟରେ ଜାମିନ କରାଇଦେବା ନାଁରେ ଜଣେ ଯୁବତୀଙ୍କଠାରୁ ୨ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ଭୁବନେଶ୍ବର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ବିଶ୍ବାସଘାତକ ବନ୍ଧୁକୁ ଗିରଫ କରିଛି। ଠକେଇର ଶିକାର ଯୁବତୀ ହେଲେ ଲିଲିମା ଦାସ ଓ ଅଭିଯୁକ୍ତ ହେଲା ବାଲେଶ୍ବର ଅଜିମାବାଦର ଶୁଭମ ମହାନ୍ତି ଓରଫ ହାପି (୨୬)।

ଖବର ଅନୁଯାୟୀ ଗତ ଏପ୍ରିଲ ୨୦ରେ ସାଇବର ଥାନା ପୁଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ ସନ୍ଦେହ କରି ଲିଲିମାଙ୍କୁ ପଚରାଉଚରା କରିବାକୁ ଥାନାକୁ ଡାକିଥିଲା। ପଚରାଉଚରା କରି ପୁଲିସ ତାଙ୍କୁ ଛାଡ଼ିଦେଇଥିଲା। ଲିଲିମା ଏସବୁ ଘଟଣା ସାଙ୍ଗ ହାପିକୁ ଜଣାଇଥିଲେ। ଲିଲିମାଙ୍କ କଥାବାର୍ତ୍ତାରୁ ଧୂର୍ତ୍ତ ହାପି ଠଉରାଇ ନେଇଥିଲା ଯେ ଲିଲିମା ଗିରଫଦାରୀକୁ ଡରୁଛନ୍ତି। ତେଣୁ ତାଙ୍କର ଆଗୁଆ ଜାମିନ କରାଇଦେବ ବୋଲି ହାପି କହିଥିଲା। ଏଥିପାଇଁ ୨ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ହାପି କହିଥିଲା। ଟଙ୍କା ପାଇବା ପରେ ହାପି ତାଙ୍କୁ ନକଲି ଜାମିନ୍‌ କାଗଜପତ୍ର ଧରାଇ ଦେଇଥିଲା। ତେବେ ସନ୍ଦେହ କରି ଲିଲିମା ଉକ୍ତ କାଗଜପତ୍ରକୁ ଜଣେ ଆଇନଜୀବୀଙ୍କୁ ଦେଖାଇବା ପରେ ସତ କଥା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe