ସିମ୍ କାର୍ଡ ଅପ୍‌ଡେଟ୍‌ ବା‌ହାନାରେ ୪୫ ହଜାର ଚଳୁ, ପୁଲିସ ତଦନ୍ତରେ ଅବହେଳା ଅଭିଯୋଗ

ସିଆଇଏସ୍‌ଏଫ୍ ଯବାନ ସାଜିଛି ସାଇବର ଠକ: ଆସବାବପତ୍ର ବିକିବା ନାଁରେ ୨୦ ହଜାର ଚଳୁ

The Straits Times

ଭୁବନେଶ୍ବର: ସିମ୍ କାର୍ଡ ବନ୍ଦ ହୋଇଯିବା ପୂର୍ବରୁ କେୱାଇସି ଅପ୍‌ଡେଟ୍ କରାଇବା ବାହାନାରେ ସାଇବର ଠକ ଜଣେ ଯୁବକଙ୍କ ଆକାଉଣ୍ଟରୁ ୪୫ ହଜାର ୫୦୦ଟଙ୍କା ଲୁଟି ନେଇଛି। ମାସକ ପୂର୍ବରୁ ଏହି ଠକାମୀର ଶିକା ହୋଇଥିବା ଯୁବକ ହେଲେ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାରର ସୁବ୍ରତ କୁମାର ମୁନି। ସୁବ୍ରତ ଚନ୍ଦ୍ରଶେଖରପୁର ଥାନା ସମେତ ସାଇବର ସେଲ୍‌ରେ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ବି ପୁଲିସ ତଦନ୍ତରେ ଅବହେଳା କରୁଛି ବୋଲି ଅଭିଯୋଗ ହୋଇଛି। ଠକ ଯେଉଁ ଆକାଉଣ୍ଟ ନମ୍ବର ବ୍ୟବହାର କରିଛି, ସେହି ଆକାଉଣ୍ଟଧାରୀଙ୍କ ସମସ୍ତ ବିବରଣୀ ପୁଲିସକୁ ପ୍ରଦାନ କରିଥିଲେ ମଧ୍ୟ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ ସୁବ୍ରତଙ୍କ ବାପାଙ୍କ ନାମରେ ଥିବା ବିଏସ୍ଏନ୍ଏଲ୍ ମୋବାଇଲ୍‌ ଫୋନ୍‌ ନମ୍ବରର କେୱାଇସି ଅପ୍‌ଡେଟ୍ ହୋଇନଥିବାରୁ ନମ୍ବରଟି ବ୍ଲକ୍‌ ହୋଇଯିବ ବୋଲି ଏକ ଅଜଣା ନମ୍ବରରୁ କଲ୍ ଆସିଲା। ହିନ୍ଦୀ ଭାଷାରେ କଥା କହୁଥିବା ବ୍ୟକ୍ତି ଜଣକ ବିଏସ୍‌ଏନ୍‌ଏଲ୍‌ କମ୍ପାନିର ଅଧିକାରୀ ବୋଲି ପରିଚୟ ଦେଇଥିଲା। ଅପ୍‌ଡେଟ୍‌ ପାଇଁ ମୋବାଇଲ୍‌ରେ ଏକ ଆପ୍ଲିକେସନ୍‌ ଡାଉନ୍‌ଲୋଡ କରିବାକୁ କହିଥିଲା ଓ ଡେବିଟି କାର୍ଡରୁ ୧୦ ଟଙ୍କା ରିଚାର୍ଜ କରିବା ପାଇଁ କହିଥିଲା। ତା’ କଥା ଅନୁସାରେ ସୁବ୍ରତ କାମ କରିବା ପରେ ପରେ ତାଙ୍କ ଆକାଉଣ୍ଟରୁ ୪୫ ହଜାର ୫୦୦ ଟଙ୍କା କଟି ଯାଇଥିଲା। ଏନେଇ ସେ ପୁଲିସର ଦ୍ବାରସ୍ଥ ହୋଇଥିଲେ। ସେ ଆଇଟି କମ୍ପାନିରେ କାମ କରୁଥିବାରୁ ଟଙ୍କା କେମିତି କଟିଲା ଓ କୋଉ ଆକାଉଣ୍ଟରେ ଜମା ହେଲା ବୋଲି ଖୋଳତାଡ୍‌ କରି ବାହାର କରିଥିଲେ। ଉକ୍ତ ଆକାଉଣ୍ଟଟି କୋଲକାତା ନାରାୟଣପୁରସ୍ଥିତ ୟୁକୋ ବ୍ୟାଙ୍କର ଓ ତାହା ସୌରଭ ପାଶ୍ବାନଙ୍କ ଆକାଉଣ୍ଟ ବୋଲି ଜଣାପଡ଼ିଥିଲା। ସୁବ୍ରତ ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ ବିବରଣୀ ପୁଲିସକୁ ଦେଇଥିଲେ ବି କାର୍ଯ୍ୟାନୁଷ୍ଠାନ କିଛି ନାହିଁ ବୋଲି ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe