ଜନଜାତି କଲ୍ୟାଣ ଓ ମହିଳା ସଶକ୍ତୀକରଣ ପାଇଁ କିସ୍‍ ଓ ନୱା ମଧ୍ୟରେ ବୁଝାମଣା

Advertisment
ଜନଜାତି କଲ୍ୟାଣ ଓ ମହିଳା ସଶକ୍ତୀକରଣ ପାଇଁ କିସ୍‍ ଓ ନୱା ମଧ୍ୟରେ ବୁଝାମଣା

ଭୁବନେଶ୍ୱର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍ସେସ୍‌ (କିସ୍‍) ଓ ନାଭି ୱେଲ‌ଫେୟାର୍‌ ୱେଲନେସ୍‌ ଆସୋସିଏସନ୍‌ (ନୱା) ମଧ୍ୟରେ ଗୁରୁବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କିସ୍‌ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ନୱା ପକ୍ଷରୁ ଏହାର ସଭାପତି କାଲା ହରି କୁମାର ଏଥିରେ ସ୍ୱାକ୍ଷର କରିଥିଲେ। ବୁଝାମଣାପତ୍ର ଅନୁଯାୟୀ, ଉଭୟ କିସ୍‍ ଓ ନୱା ମିଳିତ ଭାବେ ଜନଜାତି କନ୍ୟାଶିଶୁଙ୍କ କଲ୍ୟାଣ, ଆତ୍ମନିର୍ଭରତା, ମହିଳା ସଶକ୍ତୀକରଣ, ଶୈକ୍ଷିକ ବିନିମୟ କାର୍ଯ୍ୟକ୍ରମ ଆଦିର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବେ। କିସ୍‍ର ଜନଜାତି ଛାତ୍ରଛାତ୍ରୀଙ୍କ କଲ୍ୟାଣ ଓ ଆକାଂକ୍ଷାର ପ୍ରୋତ୍ସାହନ ନିମନ୍ତେ ନୱା ଆବଶ୍ୟକ ସହାୟତା ଯୋଗାଇଦେବ। ସେହିପରି କିଟ୍‍ ମାଧ୍ୟମରେ କିସ୍‍ ନୌସେନା ପରିବାରର ପିଲାମାନଙ୍କୁ ଉଚ୍ଚତର ବୈଷୟିକ ଶିକ୍ଷା ଯୋଗାଇଦେବ।

ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଶ୍ରୀମତୀ ହରିକୁମାର କହିଲେ, ତୁମେମାନେ ଦେଶଠାରୁ କିଛି ଆଶା ରଖିବା ଅପେକ୍ଷା, ଦେଶ ପାଇଁ କ’ଣ କରିପାରିବ, ତାହା ଉପରେ ଚିନ୍ତା କରିବା ଆବଶ୍ୟକ। ଶ୍ରୀ ସାମନ୍ତ କହିଲେ, ଶିକ୍ଷା ହେଉଛି ଶିଶୁର ତୃତୀୟ ନୟ। ଶିକ୍ଷା ହେଉଛି ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶର ମୂଳ ଆଧାର। ଜନଜାତି ପିଲାଙ୍କ କଲ୍ୟାଣ ନିମନ୍ତେ କିସ୍‍ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିବାରୁ ସେ ନୱା ଓ ଶ୍ରୀମତୀ ହରି କୁମାରଙ୍କୁ ଧନ୍ୟବାଦ ଦେଇଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ସସ୍ମିତାରାଣୀ ସାମନ୍ତ କହିଲେ, ଜନଜାତି ପିଲାଙ୍କ କଲ୍ୟାଣ ଓ ମହିଳା ସଶକ୍ତୀକରଣ ଦିଗରେ କିସ୍‍ ଓ ନୱା ମିଳିତ ଭାବେ କାର୍ଯ୍ୟ କରି ଏକ ନୂତନ ଦିଗନ୍ତ ସୃଷ୍ଟି କରିବେ। କାର୍ଯ୍ୟକ୍ରମରେ କିଟ୍‍, କିସ୍‍ ଓ ଭାରତୀୟ ନୌସେନାର ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe