ରାସ୍ତାକୁ ଉଠିଲା ୟୁନିଟ-୧ ପରିବା ମାର୍କେଟ୍ : ରାଜମହଲରୁ ଏଜି ଛକ ରାସ୍ତାରେ ବିକ୍ରି ହେଲା

Advertisment

ସବୁ ହାଟ ସ୍ଥାନାନ୍ତର ହେବ, ବ୍ୟବସାୟୀଙ୍କ ମଧ୍ୟରେ ରହିବ ୧୦ମିଟର ଦୂରତା, ଗ୍ରାହକଙ୍କ ଭିତରେ ୧ମିଟର ଦୂରତା

ସବୁ ହାଟ ସ୍ଥାନାନ୍ତର ହେବ, ବ୍ୟବସାୟୀଙ୍କ ମଧ୍ୟରେ ରହିବ ୧୦ମିଟର ଦୂରତା, ଗ୍ରାହକଙ୍କ ଭିତରେ ୧ମିଟର ଦୂରତା

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ପାର୍‌, ପୁଣି ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ବର : ଆଜି ସକାଳୁ ଯେଉଁମାନେ ୟୁନିଟ-୧ ହାଟକୁ ପରିବା କିଣିବାକୁ ଆସିଥିଲେ, ସେମାନଙ୍କୁ ହାଟ ଭିତରକୁ ଯିବାକୁ ପଡ଼ି ନଥିଲା। ରାସ୍ତା ଉପରୁ ପରିବା କିଣି ଘରକୁ ଫେରିଥିଲେ। କାରଣ ଆଜି ୟୁନିଟ-୧ ପରିବା ହାଟ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାରେ ବସିଥିଲା। କରୋନା ମୁକାବିଲା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ହାଟର ସ୍ଥାନ ବଦଳାଇ ଦେଇଛନ୍ତି। ହାଟ ଭିତରେ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ସାମଜିକ ଦୂରତା ରହୁ ନଥିବାରୁ ବିଏମ୍‌ସି ଏହିଭଳି ପଦକ୍ଷେପ ନେଇଛି। ଯେତେଦିନ ପର୍ଯ୍ୟନ୍ତ ରାଜଧାନୀରେ ଲକ୍‌ ଡାଉନ୍ ପରିସ୍ଥିତି ବା ସରକାରୀ କଟକଣା ରହିବ, ସେତେଦିନ ପର୍ଯ୍ୟନ୍ତ ୟୁନିଟ୍‌-୧ ପରିବା ହାଟ ଏଠାରେ ବସିବ। ଆଗାମୀ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

publive-image

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଲକ୍‌ଡାଉନ୍ ପାଇଁ ହାଟ ଓ ବଜାରରେ କେବଳ ଜରୁରୀକାଳୀନ ସାମଗ୍ରୀ ବିକ୍ରି ହେଉଥିବା ବେଳେ ଏହାକୁ ନେବା ପାଇଁ ଏବେ ଲୋକଙ୍କର ଅସମ୍ଭାଳ ଭିଡ଼ ଜମୁଛି। ଫଳରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁ ସାମାଜିକ ଦୂରତା କଥା କହୁଛନ୍ତି, ତାହା ରକ୍ଷା ହେଉନି। ବ୍ୟବସାୟୀ-ଗ୍ରାହକ ଓ ଗ୍ରାହକ-ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବିଏମ୍‌ସି ପକ୍ଷରୁ ଆଜି ଅଭିନବ ପଦକ୍ଷେପ ନିଆଯାଇଛି। ଆଜି ୟୁନିଟ-୧ ପରିବା ହାଟର ବ୍ୟବସାୟୀମାନଙ୍କୁ ରାଜମହଲରୁ ଏଜି ଛକ ରାସ୍ତାରେ, ୟୁନିଟ-୧ ଖେଳ ପଡ଼ିଆରେ ଏବଂ ନିକଟସ୍ଥ ଖୋଲା ସ୍ଥାନରେ ବସା ଯାଇଥିଲା। ଲୋକମାନେ ଏକ ମିଟର ଦୂରତା ରଖି ପରିବା କିଣିବାକୁ କୁହାଯାଇଥିଲା। ‌ଆସନ୍ତାକାଲିଠାରୁ ରଜଧାନୀର ସମସ୍ତ ହାଟରେ ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଜୋନାଲ ଡେପୁଟି କମିସନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ବ୍ୟବସାୟୀମାନଙ୍କୁ ସେମାନଙ୍କ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ରାସ୍ତାକଡ଼େ ଦୋକାନ ଖୋଲିବାକୁ କୁହାଯାଇଛି। ଏହାଦ୍ବାରା ଗୋଟିଏ ସ୍ଥାନରେ ଭିଡ଼ ଜମିବନି। ଏହାବାଦ୍ ହାଟର ବ୍ୟାବସାୟିକ ସଂଘ ଅସ୍ଥାୟୀ ହାଟ ଅଞ୍ଚଳର ସଫେଇ ଦାୟିତ୍ବ ସପ୍ତାହକୁ ଦୁଇ ଦିନ ନେବ। ଏହିପରି ସବୁ ହାଟ ପାଇଁ ବିଏମ୍‌ସି ପକ୍ଷରୁ ଆଜି ଏସ୍‌ଓପି ଜାରି ହୋଇଛି। ସେହିପରି ରାଜଧାନୀରେ ଥିବା ବିଭିନ୍ନ ଖାଓ ଗଳି ଏବଂ ବିଭିନ୍ନ ସ୍ଥାନରେ ଯେଉଁ ସବୁ ଗାଡ଼ିରେ ଖାଦ୍ୟ ବିକ୍ରି ହେଉଥିଲା, ସେହି ଗାଡ଼ିଗୁଡ଼ିକୁ ଏବେ ପରିବା ଓ ସଉଦା ବିକ୍ରି ପାଇଁ ବ୍ୟବହାର କରିବାକୁ ଯୋଜନା ହୋଇଛି। ଏନେଇ ଖାଦ୍ୟ ବ୍ୟବସାୟୀମାନଙ୍କ ସହ ଆଲୋଚନା ହୋଇଛି। ଏହି ଗାଡ଼ିଗୁଡ଼ିକ ରାଜଧାନୀର ବିଭିନ୍ନ ଗଳିକନ୍ଦି ବୁଲି ଅତ୍ୟାବଶ୍ୟକ ସାମଗ୍ରୀ ବିକିବେ। ସବୁ ହାଟରେ ଏସ୍‌ଓପିକୁ ବ୍ୟବସାୟୀମାନେ ମାନୁଛନ୍ତି କି ନାହିଁ ସେନେଇ ଜୋନାଲ ଡେପୁଟି କମିସନରମାନେ ଯାଞ୍ଚ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe