ଶୋଚନୀୟ ଅବସ୍ଥାରେ ୟୁନିଟ୍-୩ ଅଞ୍ଚଳ ରାସ୍ତା: ଖାଲଖମା ଯେତିକି, ଆବର୍ଜନା ସେତିକି

Advertisment
ଶୋଚନୀୟ ଅବସ୍ଥାରେ ୟୁନିଟ୍-୩ ଅଞ୍ଚଳ ରାସ୍ତା: ଖାଲଖମା ଯେତିକି, ଆବର୍ଜନା ସେତିକି

ଭୁବନେଶ୍ବର: ରାଜଧାନୀର ଅନ୍ୟତମ ଭିଆଇପି ଅଞ୍ଚଳ ୟୁନିଟ୍-୩ ଅଞ୍ଚଳର ବହୁ ରାସ୍ତା ଅବସ୍ଥା ଏବେ ଶୋଚନୀୟ ଅବସ୍ଥାରେ। କେତେକ ପ୍ରମୁଖ ରାସ୍ତାକୁ ବାଦ୍‌ ଦେଲେ ଅନ୍ୟ ସବୁ ରାସ୍ତାରେ ଖାଲଖମା ଯେତିକି ରାସ୍ତା ଉପରେ ଜମା ହୋଇ ରହୁଥିବା ଅଳିଆ ଆବର୍ଜନା ସେତିକି। ବହୁ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନଥିବାରୁ ରାତି‌ରେ ସ୍ଥାନୀୟ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏବେ ଏହି ଅଞ୍ଚଳର ବହୁ ରାସ୍ତା ଖୋଳା ହୋଇପଡ଼ିଛି। ବିଭିନ୍ନ ପାଇପ୍‌ ବିଛାଇବା କାମ ସରିବା ପରେ ଖୋଳାଯାଇଥିବା ରାସ୍ତାକୁ ଭଲ ଭାବେ ମରାମତି କରାଯାଉନାହିଁ। ଫଳରେ ଅନେକ ରାସ୍ତାରେ ପିଚୁ ଉଠି ଯାଇଥିବାରୁ ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି। ରାତିରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନଥିବାରୁ ଅନ୍ଧାର ରାସ୍ତାରେ ଯାତାୟାତ କଲା ବେଳେ ଲୋକମାନେ ଖାଲଖମାରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି।

ସେହିପରି ଏହି ଅଞ୍ଚଳର ଅନେକ ରାସ୍ତାରେ ଅଳିଆ ଆବର୍ଜନା ବହୁ ଦିନ ଧରି ପଡ଼ିରହୁଛି। ଏହା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ୟୁନିଟ୍-୩ ଖାରବେଳନଗର, କେଶରୀ ହୋଟେଲ୍ ପଛ ରାସ୍ତା, ନଳିନୀ ଦେବୀ ରାସ୍ତା, ହୋମିଓପାଥି କଲେଜ ରାସ୍ତା, ଲେବର କମିସନର ଅଫିସ୍ ପଛ ରାସ୍ତା, ୟୁନିଟ୍-୩ ସରକାରୀ ବାସଭବନ ରାସ୍ତାର ଅବସ୍ଥା ଏବେ ଏମିତି ଶୋଚନୀୟ ଅବସ୍ଥାରେ। ଏନେଇ ସ୍ଥାନୀୟ ବାସିନ୍ଦା କୈଳାସ କୁମାର ପରିଡ଼ାଙ୍କ କହିବା କଥା ଏହି ସମସ୍ୟା ନେଇ ସ୍ଥାନୀୟ ଲୋକେ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ବି କିଛି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe