ଭୁବନେଶ୍ୱର: ୟୁନିଟ୍-୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଜ୍ଞାନବିଜ୍ଞାନ ମେଳା ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ୫ଟି ବିଭାଗରେ ୩୨୨ଜଣ ଶିଶୁ ବୈଜ୍ଞାନିକ ବିଜ୍ଞାନ ପ୍ରକଳ୍ପ, ଗଣିତ ଓ ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ ଆଦିରେ ଅଂଶଗ୍ରହଣ କରିଥିଲେ। ୟୁନିଟ୍-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୁଲି ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲକ୍ଷ୍ମୀ ନାରାୟଣ ରଥ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି କାଦମ୍ବିନୀ ଦାସ ଓ ଯୁଗ୍ମ ସମ୍ପାଦକ ଉପେନ୍ଦ୍ର ନାଥ ପରିଡ଼ା ଉପସ୍ଥିତ ଥିଲେ। ଅପରାହ୍ଣରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଶିକ୍ଷାବିତ୍ ହିମାଂଶୁ ଶେଖର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ମେଳାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଗୁରୁଜୀ ସୁବୋଧ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବରିଷ୍ଠ ଆଚାର୍ଯ୍ୟ କେତନ ନାୟକ ଧନ୍ୟବାଦ ଜଣାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us