ୟୁନିଟ୍‌-୯ ସରକାରୀ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରସଙ୍ଗ: ଚାପ ଆଗରେ ମୁଣ୍ଡ ନୁଆଁଇଲେ, ହାଇସ୍କୁଲର ମିଶ୍ରଣ ହେବ ନାହିଁ

Advertisment

ନିଷ୍ପତ୍ତିରୁ ଓହରିଲା ଗଣଶିକ୍ଷା ବିଭାଗ, ରମାଦେବୀ ଯୁକ୍ତ୨ କଲେଜ କ୍ୟାମ୍ପସ ପାଇଁ ଜମି ଦିଆଯିବ

ନିଷ୍ପତ୍ତିରୁ ଓହରିଲା ଗଣଶିକ୍ଷା ବିଭାଗ, ରମାଦେବୀ ଯୁକ୍ତ୨ କଲେଜ କ୍ୟାମ୍ପସ ପାଇଁ ଜମି ଦିଆଯିବ

ୟୁନିଟ୍‌-୯ ସରକାରୀ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରସଙ୍ଗ: ଚାପ ଆଗରେ ମୁଣ୍ଡ ନୁଆଁଇଲେ, ହାଇସ୍କୁଲର ମିଶ୍ରଣ ହେବ ନାହିଁ

ଭୁବନେଶ୍ବର : ବଦଳିଲା ନିଷ୍ପତ୍ତି। ଅଭିଭାବକଙ୍କ ସମେତ ପୁରାତନ ଛାତ୍ରୀମାନଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଛି ଗଣଶିକ୍ଷା ବିଭାଗ। ୟୁନିଟ୍‌-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଳକ ଉଚ୍ଚ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତିରୁ ଓହରିଛି ବିଭାଗ। ୫୭ ବର୍ଷର ଏହି ବିଦ୍ୟାଳୟରେ ତାଲା ପଡ଼ିବ ନାହିଁ କି ମିଶ୍ରଣ ହେବନି। ଯେମିତି ଅଛି, ସେଭଳି ରହିବ। ଛାତ୍ରୀମାନଙ୍କ ପାଠପଢ଼ା ବି ପୂର୍ବଭଳି ଜାରି ରହିବ ବୋଲି ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ‌ହୋଇଛି।

ମିଶ୍ରଣ ବଦଳରେ ଏହି ବାଳିକା ହାଇସ୍କୁଲରେ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) କ୍ୟାମ୍ପସ ଖୋଲିବ। ଏଥିପାଇଁ ହାଇସ୍କୁଲ କ୍ୟାମ୍ପସର ଦେଢ଼ ଏକର ଜମି ଯୁକ୍ତ୨ କଲେଜକୁ ହସ୍ତାନ୍ତର ହେବ। ସେଠାରେ ଦୁଇ ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯାଇ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଛାତ୍ରୀମାନଙ୍କ ପାଠପଢ଼ା କରାଯିବ। ହାଇସ୍କୁଲରେ ୪୦୦ରୁ ଅଧିକ ଛାତ୍ରୀ ପଢ଼ୁଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟ ବିଲଡିଂର ସମ୍ମୁଖ ଭାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ବିଦ୍ୟାଳୟର ସାଇକେଲ୍‌ ଷ୍ଟାଣ୍ଡ ପାର୍ଶ୍ବଜମିରେ ରମାଦେବୀ ଯୁକ୍ତ୨ କଲେଜ କ୍ୟାମ୍ପସ କରାଯିବ। ଏହାଦ୍ବାରା ହାଇସ୍କୁଲର ଖେଳ ପଡ଼ିଆ କିଛି ମାତ୍ରାରେ ପ୍ରଭାବିତ ହେବ ବୋଲି ଜଣାପଡ଼ିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୧୯୬୭ ମସିହାରେ ରାଜଧାନୀ ଛାତି ଉପରେ ଗଢ଼ି ଉଠିଥିବା ଏହି ବିଦ୍ୟାଳୟରେ ବର୍ତ୍ତମାନ ଷଷ୍ଠରୁ ଦଶମ ଶ୍ରେଣୀ ମଧ୍ୟରେ ସହରର ୪୦୦ରୁ ଅଧିକ ଛାତ୍ରୀ ପଢ଼ୁଛନ୍ତି। ନାରୀଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଏହି ବିଦ୍ୟାଳୟରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ୧୦୦ ଲେଖାଏଁ ଛାତ୍ରୀ ରହିଛନ୍ତି। ଚଳିତବର୍ଷ ଏବେ ସୁଦ୍ଧା ଷଷ୍ଠ ଶ୍ରେଣୀରେ ୯୦ ଛାତ୍ରୀ ନାମ ଲେଖାଇ ସାରିଲେଣି। ଛାତ୍ରୀମାନଙ୍କୁ ଶିକ୍ଷା ଦେବା ଲାଗି ୧୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବା ବେଳେ ୫ଜଣ କର୍ମଚାରୀ ରହିଛନ୍ତି। ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତରଣର ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟ ଭିତ୍ତିଭୂମି ବିକାଶ ଲାଗି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତା’ ସତ୍ତ୍ବେ ବିଦ୍ୟାଳୟକୁ ମିଶ୍ରଣ କରିବା ନିଷ୍ପତ୍ତିକୁ ଆଜି ପୁରାତନ ଛାତ୍ରୀମାନେ ଘୋର୍‌ ବିରୋଧ କରିଥିଲେ। ଗଣଶିକ୍ଷା ବିଭାଗ ଅଧିକାରୀମାନଙ୍କୁ ଫୋନ୍‌ କରି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପ୍ରସ୍ତାବ ଦେଇଥିଲେ।

ସୂଚନା ଅନୁଯାୟୀ, ଏହି ସ୍କୁଲ ମିଶ୍ରଣ ବାବଦରେ ଫେବ୍ରୁଆରି ୧୬ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଅଭିଭାବକମାନେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ସ୍ଥାନୀୟ ବିଧାୟକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇବା ସହ ଦାବିପତ୍ର ଦେଇଥିଲେ। ଏପରିକି ମିଶ୍ରଣ ପରେ ଛାତ୍ରୀମାନଙ୍କୁ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟକୁ ଛାଡ଼ିବେ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଥିଲେ। ପ୍ରତିବର୍ଷ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ୯୦%ରୁ ଅଧିକ ସଫଳତା ହାସଲ କରି ଏହି ବିଦ୍ୟାଳୟ ବିଏମ୍‌ସିର ଅନ୍ୟ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଆସୁଛି। ଶିକ୍ଷାଦାନ ସହ ଏନ୍‌ସିସି, ରେଡକ୍ରସ୍‌, ଇକୋ କ୍ଲବ୍‌, ଲିଟେରାସି କ୍ଲବ୍‌, ବ୍ୟାଣ୍ଡ ଦଳରେ ଏଠାକାର ଛାତ୍ରୀମାନେ ବ୍ଲକ, ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରର ପ୍ରତିଯୋଗିତାରେ ସଫଳତା ହାସଲ କରୁଛନ୍ତି। ତେଣୁ ନିଷ୍ପତ୍ତିର ପୁନର୍ବିଚାର କରିବା ସହ ବିଦ୍ୟାଳୟକୁ ବଞ୍ଚାଇ ରଖିବାକୁ ଅଭିଭାବକମାନେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe