କାର୍ଯ୍ୟକ୍ଷମ ହୋଇପାରିଲାନି ୟୁନିଟ୍‌-୨ ଫଳ ବଜାର

Advertisment

୧୨ସୁଦ୍ଧା ନ ଖୋଲିଲେ ଆବଣ୍ଟନ ବାତିଲ

୧୨ସୁଦ୍ଧା ନ ଖୋଲିଲେ ଆବଣ୍ଟନ ବାତିଲ

କାର୍ଯ୍ୟକ୍ଷମ ହୋଇପାରିଲାନି ୟୁନିଟ୍‌-୨ ଫଳ ବଜାର

Times of India

ଭୁବନେଶ୍ବର: ଦୀର୍ଘ ୭ ବର୍ଷ ପରେ ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂରେ ନିର୍ମିତ ଫଳ ବଜାରର ଭାଗ୍ୟ ଫିଟିବା ନେଇ ଯେଉଁ ଉଦ୍ୟମ ହୋଇଥିଲା, ତାହା ଫସର ଫାଟିଛି। ଏହାକୁ ଖୋଲିବା ପାଇଁ ବିଏମ୍‌ସିର ସବୁ ଉଦ୍ୟମ ଫେଲ ମାରିଛି। ଏବେ ବି ବଜାରକୁ ୫୦ ପ୍ରତିଶତ ବ୍ୟବସାୟୀ ଆସିନାହାନ୍ତି। ତେଣୁ ଏହି ଘଟଣାରେ ବିଏମ୍‌ସି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆସନ୍ତା ୧୨ ତାରିଖ ସୁଦ୍ଧା ବ୍ୟବସାୟୀ ଏ ବଜାରରେ ନ ବସିଲେ, ସେମାନଙ୍କ ଦୋକାନ ଆବଣ୍ଟନକୁ ବାତିଲ୍‌ କରାଯିବ। ଅମାନତ ରାଶି ବାଜ୍ୟାପ୍ତି କରାଯିବା ସହ ଭବିଷ୍ୟତରେ ସେମାନଙ୍କୁ ବିଏମ୍‌ସିର ଦୋକାନ ମଧ୍ୟ ମିଳିବ ନାହିଁ। ଏ ନେଇ ଆଜି ଡେପୁଟି କମିସନର (ବଜାର) ପ୍ରମୋଦ ପୃଷ୍ଟି ବିଜ୍ଞପ୍ତି ଜାରି କରିବା ସହ ବ୍ୟବସାୟୀମାନଙ୍କୁ ଚେତାବନୀ ଦେଇଛନ୍ତି।

ଗତ ମାସ ୨୮ ତାରିଖରେ ଏଠାରେ ବ୍ୟବସାୟୀଙ୍କୁ ବସାଇ ବଜାରକୁ ନିୟମିତ କରିବା ପାଇଁ ମେୟର ସୁଲୋଚନା ଦାସ ଅଣ୍ଟା ଭିଡ଼ିଥିଲେ। ୪ ଲକ୍ଷ ଟଙ୍କା (ଫେରସ୍ତଯୋଗ୍ୟ) ସିକ୍ୟୁରିଟି ଜମା ଓ ମାସକୁ ଭଡ଼ା ବାବଦକୁ ବର୍ଗଫୁଟ୍‌ ପିଛା ୩୫ ଟଙ୍କା ହିସାବରେ ମାସକୁ ୨୫୨୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ହେଲେ ୫୦ ପ୍ରତିଶତ ଫଳ ବ୍ୟବସାୟୀ ଏହି ବଜାରକୁ ଆସି ନଥିଲେ। ଏଣୁ ଅତିରିକ୍ତ କମିସନର(୩)ଙ୍କ ଅଧ୍ୟକ୍ଷତାରେ ଏହାର ତଦନ୍ତ ପାଇଁ କମିଟି ଗଠନ ହୋଇଥିଲା। ଏହି କମିଟି ୭ ଦିନ ଭିତରେ ନିଖୋଜ ବ୍ୟବସାୟୀଙ୍କ ତଥ୍ୟ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ହେଲା। କିନ୍ତୁ ତଦନ୍ତରେ କ’ଣ ମିଳିଲା କେଜାଣି, ତାହା ସାର୍ବଜନୀନ ହେଲା ନାହିଁ। ଆଜି ରାତିଅଧିଆ ଏଭଳି ଏକ କଡ଼ା ନୋଟିସ୍‌ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe