ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ପ୍ରଦର୍ଶନୀ

Advertisment
ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ପ୍ରଦର୍ଶନୀ

ଭୁବନେଶ୍ବର: ୟୁନିଟ-୪ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲ୍ଲାପାଳ ଦେବବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ତୃତୀୟ ‌ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୪ଟି ଗ୍ରୁପ୍‌ରେ ମୋଟ୍‌ ୧୧୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ମଙ୍ଗଳ ମିସନ୍‌, ଜୈବ ଇନ୍ଧନ, ଚନ୍ଦ୍ରଯାନର ସଫଳତା, ବର୍ଜ୍ୟ ପଲିଥିନ୍‌ରୁ ଶକ୍ତି ଉତ୍ପାଦନ, ସ୍ମାର୍ଟ କାର୍‌ ଓ ସ୍ମାର୍ଟ ଗୃହ ଆଦି ଅନେକ ଶିକ୍ଷଣମୂଳକ ପ୍ରକଳ୍ପ ଏଥିରେ ସ୍ଥାନୀତ ହୋଇଥିଲା। ପ୍ରଦର୍ଶନୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ରାଉତରାୟ ଓ ବିଜ୍ଞାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe