ଭୁବନେଶ୍ବର: ୟୁନିଟ୍-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ୨୨ ଓ ୨୩ ତାରିଖ ବିଦ୍ୟାଳୟ ପରିସରରେ ଆୟୋଜିତ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମାରୋହକୁ ଉଦ୍ଘାଟନ କରିବେ। ଏହି ଅବସରରେ ଆଜି ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାରାଥାନ ଆୟୋଜିତ ହୋଇଥିଲା। ଅସନ୍ତାକାଲିର କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ କଳାକାରମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ବିଦ୍ୟାଳୟର ପୁରାତନ ଛାତ୍ର, ଶିକ୍ଷକ ତଥା ବର୍ତ୍ତମାନର ଶିକ୍ଷକ ଓ ଛାତ୍ରମାନଙ୍କୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ସୁବର୍ଣ୍ଣ ଜୟନ୍ତୀ କମିଟି ପକ୍ଷରୁ ନିମନ୍ତ୍ରିତ କରାଯାଇଛି।
ୟୁନିଟ୍-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ
Advertisment
Follow Us