ୟୁନାଇଟେଡ୍‌ ବ୍ରଦର୍ସ କ୍ଲବ୍‌ର ପ୍ରଥମ ଗଣେଶ ମହୋତ୍ସବ: ‘ସାଂସ୍କୃତିକ ମହୋତ୍ସବ ହିଁ ଗଣତାନ୍ତ୍ରିକ ଉତ୍ସବ’

‘ଉତ୍ସବଗୁଡ଼ିକ ହେଉଛି ଗଣତାନ୍ତ୍ରିକ ମହୋତ୍ସବ। କାରଣ ଏଭଳି କାର୍ଯ୍ୟକ୍ରମ‌ରେ ଲୋକମାନେ ଆପେଆପେ ଏକାଠି ହୁଅନ୍ତି। କିଏ କାହାକୁ ଭୋଟ୍‌ ଦେଇଛି, ସେକଥା ଆଲୋଚନା ହୁଏ ନାହିଁ। ପରସ୍ପର ମଧ୍ୟରେ ‌କେବଳ ଭାଇଚାରା ବଢ଼ାଇବାକୁ ସମସ୍ତେ ଏକାଠି ହୁଅନ୍ତି।

hfshfsshffh

ଧଉଳି: ‘ଉତ୍ସବଗୁଡ଼ିକ ହେଉଛି ଗଣତାନ୍ତ୍ରିକ ମହୋତ୍ସବ। କାରଣ ଏଭଳି କାର୍ଯ୍ୟକ୍ରମ‌ରେ ଲୋକମାନେ ଆପେଆପେ ଏକାଠି ହୁଅନ୍ତି। କିଏ କାହାକୁ ଭୋଟ୍‌ ଦେଇଛି, ସେକଥା ଆଲୋଚନା ହୁଏ ନାହିଁ। ପରସ୍ପର ମଧ୍ୟରେ ‌କେବଳ ଭାଇଚାରା ବଢ଼ାଇବାକୁ ସମସ୍ତେ ଏକାଠି ହୁଅନ୍ତି। ଉତ୍ସବ ଆମକୁ ଉତ୍ସାହ ଯୋଗାଏ, ଆମର ଅନ୍ତର୍ନିହିତ ଶକ୍ତିକୁ ଆବିଷ୍କାର କରିଥାଏ।’ ୟୁନାଇଟେଡ୍‌ ବ୍ରଦର୍ସ କ୍ଲବ୍‌ ପକ୍ଷରୁ ଉତ୍ତରା ମେଳଣପଡ଼ିଆରେ ଆୟୋଜିତ ପ୍ରଥମ ଗଣେଶ ମହୋତ୍ସବର ଉଦ୍‌ଯାପନୀ ସଂଧ୍ୟାର ମୁଖ୍ୟଅତିଥି ‘ସମ୍ବାଦ ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଏଭଳି କହିଛନ୍ତି। ଏହି ଅବସରରେ ଉତ୍ତରା ଓ ଧଉଳି ଅଞ୍ଚଳର ସଦସ୍ୟମାନଙ୍କୁ ନେଇ ଗଠିତ କ୍ଲବ୍‌ର ଲୋଗୋକୁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। 

ଶ୍ରୀ ପଟ୍ଟନାୟକ ଆହୁରି କହିଲେ କ୍ଲବ୍‌ର ବ୍ରଦର୍ସମାନେ ପ୍ରକୃତରେ ୟୁନାଇଟେଡ୍ ହୋଇ ସବୁଦିନ ପାଇଁ ଭାଇଚାରା ବଜାୟ ରଖିବା ଉଚିତ। ଏଭଳି ଆୟୋଜନ ପାଇଁ କ୍ଲବ୍‌ର ସଦସ୍ୟମାନଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍‌ ହେବ ବୋଲି ସେ କହିଥିଲେ। ଏହି ଅବସରରେ ସୁନ୍ଦର ସ୍ବାସ୍ଥ୍ୟ ପାଇଁ କପିଳ ପ୍ରସାଦ ପ୍ରଧାନ, ମଧୁଛନ୍ଦା ରାଉତ, ସମାଜସେବା ପାଇଁ ଦେବବ୍ରତ ନାୟକ, କୃଷ୍ଣଚନ୍ଦ୍ର ନାୟକ, ସୁବାସ ସୁନ୍ଦରାୟ, ଅଶୋକ ପରିଡ଼ା, ସୁବ୍ରତ ମହାନ୍ତି, ଶିକ୍ଷାବିତ୍‌ ଜୟନ୍ତ ମହାନ୍ତି, ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଡ. ଜନ୍ମେଜୟ ସାହୁ ଓ ମେଧାବୀ ଛାତ୍ରୀ ମଧୁସ୍ମିତା ତରାଇଙ୍କୁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ସଂଳାପକାର ଡ. ରଜନୀରଞ୍ଜନ ଦାଶ କହିଲେ ଯେ ଭାଷା ଆନ୍ଦୋଳନଠାରୁ ଆରମ୍ଭ କରି ଚଳଚ୍ଚିତ୍ର, ରାଜନୀତି, ସମାଜସେବା ଓ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ ପାଇଁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ଜଣେ ଭିନ୍ନ ବ୍ୟକ୍ତିତ୍ବର ଅଧିକାରୀ ବୋଲି କହିଥିଲେ। ଶେଷରେ ଅସୀମା ପଣ୍ଡାଙ୍କ ମେଲୋଡି ଗ୍ରୁପ୍‌ ଦର୍ଶକଙ୍କୁ ମତୁଆଲା କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe