ଦୁର୍ଘଟଣାରେ ଅପରିଚିତ ଯୁବକଙ୍କ ମୃତ୍ୟୁ

Advertisment
ଦୁର୍ଘଟଣାରେ ଅପରିଚିତ ଯୁବକଙ୍କ ମୃତ୍ୟୁ

ଖଣ୍ଡଗିରି : ଗତ ୨୬ ତାରିଖ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଗୋହିରା ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅପରିଚିତ ଯୁବକଙ୍କ ସୋମବାର କଟକ ବଡ଼ ମେଡିକାଲରେ ମୃତ୍ୟୁ ହୋଇଯାଇଛି। ଯାଁଳା ଫାଣ୍ଡି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରଖିଛି। ସୂଚନାନୁସାରେ ଗତ ୨୬ ତାରିଖ ରାତି ପ୍ରାୟ ୧୧ଟାବେଳେ ଏହି ଦୁର୍ଘଟଣା ଘଟିଥିଲା। ଭୁବନେଶ୍ବରରୁ ଖୋର୍ଧା ଦିଗରେ ଯାଉଥିବା ଏକ ଟ୍ରକ୍‌ ଗୋହିରା ଛକରେ ଏକ ସ୍କୁଟିକୁ ପିଟି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଫଳରେ ସ୍କୁଟି ଚାଳକ କଳିଙ୍ଗବିହାରର ସପ୍ତର୍ଷି ନନ୍ଦ(୨୭) ଗୁରୁତର ଆହତ ହୋଇଥିଲେ। ତେବେ ଏହି ସମୟରେ ରାସ୍ତା ପାର୍ ହେବା ପାଇଁ ଗୋହିରା କଟ୍‌ରେ ଅପେକ୍ଷା‌ କରିଥିବା ଏହି ଯୁବକ ଜଣଙ୍କ ଦେହରେ ସ୍କୁଟି ପିଟି ହୋଇଯିବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ। ସପ୍ତର୍ଷିଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତି କରାଯାଇଥିଲା ଓ ଏହି ଅପରିଚିତ ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେହିଦିନଠାରୁ ତାଙ୍କ ପରିଚୟ ମିଳିପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe