ଅଜଣା ମହିଳାଙ୍କ ମୃତଦେହ ଜବତ

ନୂଆପଡ଼ା: କନ୍ୟାଶ୍ରମରେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ

NDTV.com

ଭୁବନେଶ୍ବର: ଶନିବାର ସନ୍ଧ୍ୟାରେ ପାଣ୍ଡରା ସ୍ଥିତ ହାଇଟେକ୍‌ ମେଡିକାଲ କଲେଜ୍‌ ନିକଟ ରାସ୍ତା କଡ଼ରୁ ମଞ୍ଚେଶ୍ବର ଥାନା ପୁଲିସ ଜଣେ ଅଜଣା ମହିଳାଙ୍କ ମୃତଦେହକୁ ଜବତ କରିଛି। ତାଙ୍କର କୌଣସି ପରିଚୟ ମିଳିପାରି ନାହିଁ। ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ସମୟରେ ମହିଳା ଜଣଙ୍କ ହାଇଟେକ୍‌ କଲେଜ୍‌ ରୋଡ୍‌ରେ ଯାଉଥିବା ବେଳେ ହଠାତ୍ ରାସ୍ତାରେ ଟଳି ପଡ଼ିଥିଲେ। ଏହା ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ପୁଲିସକୁ ଜଣାଇଥିଲେ। ପୁଲିସ ମହିଳାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe