ବସଷ୍ଟାଣ୍ଡରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Advertisment
ବସଷ୍ଟାଣ୍ଡରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖଣ୍ଡଗିରି : ଖଣ୍ଡଗିରି ଥାନା ପୁଲିସ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି। ମୃତକଙ୍କ ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି। ତାଙ୍କ ନିକଟରୁ କୌଣସି କାଗଜପତ୍ର ମିଳି ନଥିବାରୁ ପରିଚୟ ପାଇବା ସମ୍ଭବ ହୋଇନାହିଁ। ତାଙ୍କ ଦେହରେ ଏକ ହଳଦିଆ ଟି-ସାର୍ଟ ଓ ଏକ ଜ୍ୟାକେଟ୍‌ ରହିଛି। ମୁହଁରେ ଦାଢ଼ି ଭର୍ତି ହୋଇଛି। ସେ ବସ୍‌ଯୋଗେ ବାହାରୁ ଭୁବନେଶ୍ୱର ଆସିଥିବା ଅନୁମାନ କରାଯାଉଛି। କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇପାରି ନାହିଁ। ମୃତଦେହ ବ୍ୟବଚ୍ଛେଦ ହେବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି। ତେବେ ସ୍ଥାନୀୟ ଲୋକେ ଏହାକୁ ନେଇ ବିଭିନ୍ନ ସନ୍ଦେହ କରିଛନ୍ତି। ନିଶାଦିଆ ଲୁଟେରାଙ୍କ ହାବୁଡ଼ରେ ପଡ଼ି ତାଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe