ରାଜଧାନୀର ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କର କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ

Advertisment
ରାଜଧାନୀର ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କର କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀର ରାସ୍ତାକଡ଼ରୁ ରବିବାର ଉଦ୍ଧାର ହୋଇଥବା ଜଣେ ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ସହିଦ ନଗର ଥାନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରୂପାଲି ଛକ ନିକଟସ୍ଥ ଜନଗଣନା କାର୍ଯ୍ୟାଳୟ ସମ୍ମୁଖରେ ଥିବା ବସଷ୍ଟପ ପାର୍ଶ୍ୱରୁ ଜଣେ ବ୍ୟକ୍ତି(ଆନୁମାନିକ ୪୦ବର୍ଷ)ଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ସେହି ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯିବା ପରେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଯୁବକଙ୍କୁ ଚିହ୍ନବା ପାଇଁ ସହିଦ ନଗର ପୁଲିସ ପକ୍ଷରୁ ଯୋଗାଯୋଗ ପାଇଁ ଫୋନ୍‌ ନମ୍ବର ୦୬୭୪-୨୫୪୧୦୬୪ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe