ଅସାଧୁ ବାଣ ବ୍ୟବସାୟୀ ମାଲେମାଲ୍: ମାନୁନାହାନ୍ତି ନିୟମ, ବିପଦକୁ ଖାତିର ନାହିଁ

Advertisment

ଆଉ ସପ୍ତାହେ ପରେ ଦୀପାବଳି। ରାଜ୍ୟର ଏକ ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ଜଟଣୀ ସହରରେ ସିଜିନ୍ ଅନୁସାରେ ବ୍ୟବସାୟ ହୋଇଆସୁଛି। ମନ ପସନ୍ଦର ତଥା ଆବଶ୍ୟକ ଅନୁସାରେ ଜିନିଷ ମିଳୁଥିବାରୁ ବ୍ୟବସାୟୀ ଓ ଲୋକମାନେ ଏଠାକୁ ଆସି ହୋଲ୍‌ସେଲ୍ ଦରରେ କିଣାକିଣି କରିଥାନ୍ତି।

ଆଉ ସପ୍ତାହେ ପରେ ଦୀପାବଳି। ରାଜ୍ୟର ଏକ ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ଜଟଣୀ ସହରରେ ସିଜିନ୍ ଅନୁସାରେ ବ୍ୟବସାୟ ହୋଇଆସୁଛି। ମନ ପସନ୍ଦର ତଥା ଆବଶ୍ୟକ ଅନୁସାରେ ଜିନିଷ ମିଳୁଥିବାରୁ ବ୍ୟବସାୟୀ ଓ ଲୋକମାନେ ଏଠାକୁ ଆସି ହୋଲ୍‌ସେଲ୍ ଦରରେ କିଣାକିଣି କରିଥାନ୍ତି।

fire works

ଜଟଣୀ: ଆଉ ସପ୍ତାହେ ପରେ ଦୀପାବଳି। ରାଜ୍ୟର ଏକ ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ଜଟଣୀ ସହରରେ ସିଜିନ୍ ଅନୁସାରେ ବ୍ୟବସାୟ ହୋଇଆସୁଛି। ମନ ପସନ୍ଦର ତଥା ଆବଶ୍ୟକ ଅନୁସାରେ ଜିନିଷ ମିଳୁଥିବାରୁ ବ୍ୟବସାୟୀ ଓ ଲୋକମାନେ ଏଠାକୁ ଆସି ହୋଲ୍‌ସେଲ୍ ଦରରେ କିଣାକିଣି କରିଥାନ୍ତି। ତେବେ ଆଗକୁ ଦୀପାବଳି ଆସୁଥିବା ବେଳେ ଜଟଣୀ ସହର ଓ ଗ୍ରାମାଞ୍ଚଳରେ ହୋଲସେଲ୍ ବାଣ ବ୍ୟବସାୟ ପାଇଁ ଅତି ବେଶିରେ ୫ଜଣ ବ୍ୟବସାୟୀଙ୍କୁ ଲାଇସେନ୍ସ ଦିଆଯାଇଛି। କିନ୍ତୁ ବର୍ତ୍ତମାନ ସମୟରେ ଜଟଣୀର ବିଭିନ୍ନ ଅଞ୍ଚଳରେ ଅସାଧୁ ବ୍ୟବସାୟୀମାନେ ବେଆଇନ୍ ଭାବେ ବାଣ ଭିଡ଼ିବା ସହ ବାଣ ଗଚ୍ଛିତ ରଖି ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି। ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ବିପଜ୍ଜନକ ସାମଗ୍ରୀର କାରବାର ଚାଲିଥିବାରୁ ଯେ କୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହୁଛି। ପୂର୍ବରୁ ବେଆଇନ୍ ବାଣ ଭିଡ଼ା ବେଳେ ଭୟଙ୍କର ଦୁର୍ଘଟଣା ଘଟିଥିବା ନଜିର ରହିଛି। କୌଣସି ଅଘଟଣା ଘଟିବା ପୂର୍ବରୁ ଏହି ବେଆଇନ୍ ବାଣ ବିକ୍ରି ଉପରେ ରୋକ୍ ଲଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସୂଚନା ଅନୁସାରେ, ଜଟଣୀକୁ ବାଣର ହବ୍ କୁହାଯାଉ ଥିବା ବେଳେ ଗଣେଶ ପୂଜା ପରଠାରୁ ପୌରାଞ୍ଚଳ ଓ ବ୍ଲକ୍ ଅଞ୍ଚଳରେ ବାଣ ଭିଡ଼ା କାମ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ବଡ଼ତୋଟା, କୁସୁମାଟି, ତିରିମଲ, କନ୍ତିଆ, ଉପରବସ୍ତ, ପଦନପୁର, ହରିରାଜପୁର, ପାତ୍ରପଡ଼ା, ଷଣ୍ଢପୁର, ଗୋବିନ୍ଦପୁର ଭଳି ୧୦୦ରୁ ଅଧିକ ସ୍ଥାନରେ ବେଆଇନ ବାଣ ଭିଡ଼ିବା ସହ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଦେଖିବାକୁ ଗଲେ ଗୋଟିଏ ଗୋଟିଏ ସାହିରେ ବାଣ ତିଆରିରେ ପୂରା ପରିବାର ଲାଗି ପଡ଼ିଛନ୍ତି। ବିଶେଷ କରି ସୁତୁଲି ବୋମା, ହୁଇ ଗୋଟି, ଧପ୍‌ଧପି, ତାଳଫୋଟକା, ଝର୍‌ଝରି ଭଳି ଆହୁରି ଅନେକ ଦେଶୀ ବାଣ ପ୍ରସ୍ତୁତ ହେଉଛି। ତେବେ ଏହି ବାଣ ଗୁଡ଼ିକରେ ଯଦି କୌଣସି କାରଣରୁ ନିଆଁ ଲାଗେ ତାହା ସମ୍ଭାଳିବା ଅସମ୍ଭବ ହୋଇପଡ଼ିବ। ଅଧିକ ମୁନାଫା ପାଇଁ ବିପଜ୍ଜନକ ଭାବେ ବାଣ ପ୍ରସ୍ତୁତ ହେଉଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି ସ୍ଥାନେସ୍ଥାନେ ବାରୁଦ ଗନ୍ଧ ଉତ୍କଟ ହେଉଛି। ଆଗକୁ ବ୍ୟବସାୟ ଆହୁରି ଜୋର୍‌ସୋର୍ ଚାଲିବ। ଏଣୁ ଏହା ପୂର୍ବରୁ ପୁଲିସ ତତ୍ପରତା ଦେଖାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିଆରସିଂହ କହିଛନ୍ତି ଯେ ଆମର ଟିମ୍ ସବୁଆଡ଼େ ଯାଞ୍ଚ କରୁଛନ୍ତି। ଯେଉଁଠି ବେଆଇନ୍ ବାଣ ତିଆରି ହେଉଛି ଆମକୁ ଖବର ଦିଅନ୍ତୁ, ଆମେ ଖବର ପାଇଲେ ଚଢ଼ଉ କରିବୁ। ଆଗକୁ ମଧ୍ୟ ଏହି ଚଢ଼ଉ ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe