ଚାଲିଗଲା କି କରୋନା! ପ୍ରଥମାଷ୍ଟମୀ ପାଇଁ ମାର୍କେଟ୍‌ ବିଲ୍‌ଡିଂରେ ଅସମ୍ଭାଳ ଭିଡ଼

ଚାଲିଗଲା କି କରୋନା! ପ୍ରଥମାଷ୍ଟମୀ ପାଇଁ ମାର୍କେଟ୍‌ ବିଲ୍‌ଡିଂରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର : କରୋନା ପାଇଁ ଜନଜୀବନ ବେହାଲ ହୋଇଥିବା ବେଳେ ଦ୍ବିତୀୟ ଲହରୀ ଆସିଲେ, ସ୍ଥିତି ଯେ କ’ଣ ହେବ, ତାହା ଭାବିଲେ ଡର ଲାଗୁଛି। ସଂକ୍ରମଣ କମିଛି ସତ କିନ୍ତୁ ପୂରାପୂରି ଯାଇନାହିଁ। ସେହିପରି ଟିକାର ଉଦ୍ଭାବନ ହୋଇଥିଲେ ହେଁ ଏଯାଏ ଲୋକଙ୍କ ପାଖେ ପହଞ୍ଚି ନାହିଁ। କିନ୍ତୁ ଏଭଳି ସ୍ଥିତିରେ ଲୋକେ ସବୁ କଟକଣାକୁ ଭୁଲି ଗଲେଣି। ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଉନାହାନ୍ତି। ବଜାର ଘାଟରେ ମାଳମାଳ ହୋଇ ଜମା ହେଉଛନ୍ତି, ଯେମିତି କରୋନା ଦୁନିଆରୁ ଉଭେଇଗଲା।

ବିଦେଶ‌ରେ କରୋନାର ଦ୍ବିତୀୟ ଲହରୀ ଦେଖା ଦେଇଥିବାରୁ ଏଠିକାର ବିଶେଷଜ୍ଞମାନେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ପାଇଁ ମତ ଦେଉଥିବା ବେଳେ ଲୋକ କିନ୍ତୁ ମାନିବାକୁ ନାରାଜ। ଗୋଟିଏ ସ୍ଥାନରେ ଏକାଠି ହେବା, ଭୋଜିଭାତ କରିବାରେ ବ୍ୟସ୍ତ ରହୁଛନ୍ତି, ଯାହା ଏବେ ଚିନ୍ତାର କାରଣ ସାଜିଛି।

ଆଜି ମାର୍କେଟ୍‌ ବିଲ୍‌ଡିଂ‌ରେ ମଧ୍ୟ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଥମାଷ୍ଟମୀ ପାଇଁ ଆଜି ମାର୍କେଟ୍‌ ବିଲ୍‌ଡିଂ ପୂରା ଜନସମୁଦ୍ର ପାଲଟି ଯାଇଥିଲା। ୨ ମିଟର ଦୂରତା ରକ୍ଷା କରିବା ଦୂରର କଥା, ପାଦ ପକାଇବାକୁ ବି ଜାଗା ନଥିଲା। ଯେକୌଣସି ବୁଝିଲା ସୁଝିଲା ବ୍ୟକ୍ତି ଏହାକୁ ଦେଖିଲେ ନିଶ୍ଚିତ ଭାବେ ହତବାକ୍‌ ହୋଇଯିବ। ଆଜି ଦିନତମାମ ଏପରି ଭିଡ଼ ଲାଗି ରହିଥିଲା। ଖାଲି ମାର୍କେଟ୍‌ ବିଲ୍‌ଡିଂ ନୁହେଁ, ଏକ ନମ୍ବର ହାଟ, ଏଜି ଛକରୁ ରାଜମହଲ ରାସ୍ତା, ବିଭିନ୍ନ ମଲ୍, ଛକ ଜାଗା ଓ ରାସ୍ତାରେ ପ୍ରବ​ଳ ଗହଳି ଦେଖିବାକୁ ମିଳିଥିଲା। ଭିଡ଼ ଏତେ ଥିଲା ଯେ ପୁଲିସ୍‌କୁ ବି ନାକେଦମ୍‌ ହେବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe