ଘରେ ପଶି ଆକ୍ରମଣ ଘଟଣା : ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଉପାସନା ଓ ଶୁଭ୍ରାଂଶୁ

Advertisment
ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

ଭୁବନେଶ୍ବର : ନୂଆପଲ୍ଲୀ ଆଇଆରସି ଭିଲେଜ୍‌ ପ୍ଲଟ ନମ୍ବର ଏନ୍‌୩/୨୧୧ରେ ଥିବା ଘରେ ପଶି ସଂଘବଦ୍ଧ ଆକ୍ରମଣ କରିବା ଏବଂ ଆସବାବପତ୍ର ଭାଙ୍ଗିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ଜ୍ବାଇଁ ଶୁଭ୍ରାଂଶୁ ଶେଖର ବିଶ୍ବାଳ ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟରେ ପହଞ୍ଚିଛନ୍ତି। ଏମାନଙ୍କୁ ରାଜ୍ୟ ବାହାରେ ନୂଆପଲ୍ଲୀ ପୁଲିସ ଖୋଜୁଥିବା ବେଳେ ଏମାନେ ଜାମିନ୍‌ ଆବେଦନ କରିଛନ୍ତି।

ଏମାନଙ୍କ ସହ ଜେଲ୍‌ରେ ଥିବା ନିଲମ୍ବିତ ହାବିଲଦାର ସୁମିତ ନନ୍ଦନ ମହାନ୍ତି, ଘରମାଲିକ ବିଜୟ କୁମାର ନାୟକ ଓ ତାଙ୍କ ପତ୍ନୀ ସଂଯୁକ୍ତା ନାୟକ ମଧ୍ୟ ଜାମିନ୍‌ ପାଇଁ ଆବେଦନ କରିଛନ୍ତି। ଏହି ତିନିଜଣଙ୍କର ଜାମିନ୍‌ ଆବେଦନ ତଳ କୋର୍ଟରେ ଖାରଜ ହେବା ପରେ ଏମାନେ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ଏହି ମାମଲାରେ ଓକିଲ ମନୋରଞ୍ଜନ ମିଶ୍ର ଓ ମନୋଜ ବିଶ୍ବାଳଙ୍କୁ ଜାମିନ ମିଳି ସାରିଛି। ଏହି ମାମଲାରେ ପୁଲିସ ୧୭ଜଣଙ୍କୁ ଗିରଫ କରିଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଫେରାର ରହିଛନ୍ତି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତିନିଟି ଟିମ୍‌ କରି ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe