ରାଜଧାନୀରୁ ୨୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୬ଜଣ ସୁସ୍ଥ

Advertisment
ରାଜଧାନୀରୁ ୨୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୬ଜଣ ସୁସ୍ଥ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୨୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୬ଜଣ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ଆଜି ଚିହ୍ନଟ ହୋଇଥିବା ୨୯୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୫୩ଜଣ ଥିବା ବେଳେ ୨୪୨ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି।

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ୯୪୨୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୯୨୬୧୭ଜଣ କରୋନା ଆକ୍ରାନ୍ତ ଏଯାବତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ମାମଲା ୧୧୦୩ ରହିଛି। କରୋନାରେ ଆକ୍ରାନ୍ତ ହୋଇ ୫୩୨ଜଣଙ୍କ ମୃତ୍ୟୁ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe