କମୁଛି ସଂକ୍ରମଣ: ରାଜଧାନୀରୁ ଚିହ୍ନଟ ‌ହେଲେ ୨୮୭ଜଣ କରୋନା ଆକ୍ରାନ୍ତ

Advertisment
କମୁଛି ସଂକ୍ରମଣ: ରାଜଧାନୀରୁ ଚିହ୍ନଟ ‌ହେଲେ ୨୮୭ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୮୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଆଜି ଚିହ୍ନଟ ସଂଖ୍ୟାକୁ ଦେଖିଲେ ଧୀରେ ଧୀରେ ଭୁବନେଶ୍ବରରୁ କରୋନା ସଂକ୍ରମଣ କମୁଥିବା ଅନୁମାନ କରାଯାଉଛି। ତେବେ ଆଜି କରୋନାରୁ ୫୩୭ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୨୮୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୨ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୫୫ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ କରୋନା‌ ଆକ୍ରାନ୍ତଙ୍କ ସଂଖ୍ୟା ୮୬୬୮୯ରେ ପହଞ୍ଚିଥିବା ବେଳେ ସକ୍ରିୟ ସଂଖ୍ୟା ୧୮୫୪ରେ ପହଞ୍ଚିଛି। ତେବେ କରୋନାରେ ଆକ୍ରାନ୍ତ ହୋଇ ଏଯାବତ ୮୪୪୧୨ଜଣ ସୁସ୍ଥ ହୋଇଥିବା ବେଳେ ୪୦୨ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe