ରାଜଧାନୀରୁ ଚିହ୍ନଟ ହେଲେ ୩୭୫ଜଣ କରୋନା ଆକ୍ରାନ୍ତ

Advertisment
ରାଜଧାନୀରୁ ଚିହ୍ନଟ ହେଲେ ୩୭୫ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୩୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୪ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ତେବେ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିବା ଏକ ପ୍ରକାର ଆଶ୍ବସ୍ତିର ଖବର ବୋଲି କୁହାଯାଉଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ବରରେ ଏଯାବତ କରୋନା ମାମଲା ୮୭୬୪୯ରେ ପହଞ୍ଚିଛି।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୩୭୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୫ଜଣ କ୍ବାରେଣ୍ଟାଇନରୁ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୦୦ଜଣ ରହିଛନ୍ତି। ରାଜଧାନୀରେ ଏଯାବତ ୧୪୭୬ଟି ଆହୁରି କରୋନା ସକ୍ରିୟ ମାମଲା ଥିବା ବେଳେ ୮୫୭୩୭ଜଣ ଏଥିରୁ ସୁସ୍ଥ ହୋଇଛନ୍ତି। ଏତଦ ବ୍ୟତୀତ ୪୧୫ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe