ରାଜଧାନୀରୁ ୨୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Advertisment
ରାଜଧାନୀରୁ ୨୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୨୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୫୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୬୦ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୯୫ଜଣ ରହିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ଏଯାବତ ରାଜଧାନୀରେ ୧୦୧୧୨୮ଟି କରୋନା ମାମଲା ସାମ୍ନାକୁ ଆସିଛି। ସେହିପରି ୯୭୬୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୬୩୩ଟି କରୋନା ସକ୍ରିୟ ମାମଲା ରହିଛି। ଏହି କରୋନା ମହାମାରୀରେ ଆକ୍ରାନ୍ତ ହୋଇ ୮୫୯ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି।
ଗତ ୨୪ଘଣ୍ଟା ମଧ୍ୟରେ ୨୩୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe