ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Advertisment
ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୮୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହିତ ୧୦୩ ଜଣ କରୋନା ଆକ୍ରାନ୍ତ ରାଜଧାନୀରୁ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି।

୮୧ ଜଣଙ୍କ ମଧ୍ୟରୁ ସଂଗରୋଧରୁ ୨୬ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୫ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୭୭୯ରେ ପହଞ୍ଚଛି । ଏଥିରୁ ୧୧୯୪୬୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୮୭ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୧୨୦୬ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏବେ ବି ଆମକୁ ସତର୍କ ରହିବା ସହିତ କରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ହେବ ବୋଲି କହିଛନ୍ତି ରାଜ୍ୟ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe